ଝାରବନ୍ଧରେ ବିହନ ଅଭାବ, ଚାଷୀଙ୍କ ମୁଣ୍ଡରେ ଚଡକ

ଝାରବନ୍ଧ/ମନୋହର ଦାଶ: ସମଗ୍ର ଦେଶ ରେ କରୋନା ର ଭୟାବହତା କୁ ନେଇ ଲକଡାଉନ ଓ ସଟଡାଉନ ଦ୍ଵାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷ ରୁ ସମଗ୍ର ଭାରତ କୁ ଏକ ପ୍ରକାରର ଅଚଳ କରିଦିଆଯାଇଛି । କରୋନା ସହିତ ଲଢ଼ୁଥିବା ଡାକ୍ତର,ଡାକ୍ତରଖାନା ର କର୍ମଚାରୀ ,ପୋଲିସବାହିନୀ, ସମସ୍ତ ପ୍ରଶାସନିକ ଅଧିକାରୀ…

ନୂଆପଡା ଟାଉନରୁ କରୋନା ପଜିଟିଭ,  ଜିଲ୍ଲାରୁ ଦ୍ଵିତୀୟ : ଲୋକଙ୍କ ମନରେ ଅଜଣା ଭୟ 

ନୂଆପଡା(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲା ସଦର ମହକୁମାରେ ଆଜି ଦ୍ୱିତୀୟ କରୋନା ପଜିଟିଭ ରିପୋର୍ଟ ଆସିଛି । ନୂଆପଡା ଜିଲ୍ଲାପାଳ ମଧୁସ୍ମିତା  ସାହୁ ଏକ ଆହୁତ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ନୂଆପଡା ଜିଲ୍ଲା ସଦର ମହକୁମା  ଅନ୍ତର୍ଗତ କଲ୍ୟାଣ ମଣ୍ଡପରେ…

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶୌଚାଳୟ ଫ୍ରି : ସୁଲଭ ଶୌଚାଳୟ ବି ନେବନି 

ଭୁଚବନେଶ୍ୱର : କରୋନା ସଂକ୍ରମଣ ସମୟରେ ଲୋକେ ଯେଭଳି ଅଧିକ ସଂଖ୍ୟାରେ ଶୌଚାଳୟ ବ୍ୟବହାର କରିବେ ସେଥିପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସହରାଞ୍ଚଳରେ ଥିବା ଶୌଚାଳୟ ଗୁଡିକ ଲୋକଙ୍କ ଠାରୁ ୟୁଜର୍ସ ଫି ଆଦାୟ ନକରିବାକୁ କୁହାଯାଇଛି ।ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ…

ଟିଟିଲାଗଡ ରେ ୧୩୨ କେଭି ଗ୍ରିଡ୍ ଦାବି :ଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ଟିଟିଲାଗଡ ବିକାଶ ସେନା  

ଟିଟିଲାଗଡ (ଗୌରବ ଦର୍ଜୀ) : ଗତକିଛି ଦିନ ହେଲା ଟିଟିଲାଗଡ ର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବା ସହ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ଭାବରେ ରେକର୍ଡ ସୃଷ୍ଟି କରିଛି। ଟିଟିଲାଗଡ ର ତାପମାତ୍ରା ବୃଦ୍ଧି ପାଇବା ସହ ବିଦ୍ୟୁତ୍ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିଦିନ…

ବଜ୍ରକାପ୍ତାର ବି ହେବ କୋଭିଡ ପରୀକ୍ଷା

କଟକ(ଶାସକ ପ୍ରଶାସକ) : ଶେଷରେ  ବଜ୍ରକାପ୍ତାର  ବି ହେବ କୋଭିଡ ପରୀକ୍ଷା । ଆଠଗଡ଼ ବନଖଣ୍ଡ  ବଡମ୍ବା ମହୁଲପଦା କ୍ବାରେଣ୍ଟିନ ସେଣ୍ଟରରୁ ଉଦ୍ଧାର ବଜ୍ରକାପ୍ତାର ହେବ ସ୍ୱାବ ଟେଷ୍ଟ । ସ୍ୱାବ ଟେଷ୍ଟ କରାଯିବା ପରେ  ଜଙ୍ଗଲରେ ବଜ୍ରକାପ୍ତା ଛଡ଼ାଯିବ କି ନାହିଁ ନିଷ୍ପତ୍ତି ନିଆଯିବ  | ଏପରି…

 ‘ମୁକ୍ତିପଥ’ କାର୍ଯ୍ୟକ୍ରମ ଜରିଆରେ ଅପରିଚିତଙ୍କ ଅନ୍ତିମ ସଂସ୍କାର କଲା ମାନବ ସେବା ସଂଘ ଟ୍ରଷ୍ଟ

ଝାରସୁଗୁଡା ( ସୁବାଷ ସାହାରେ ) :- ଝାରସୁଗୁଡା ମଙ୍ଗଲ ବଜାର ଆହାର କେନ୍ଦ୍ର ନିକଟରୁ ଉଦ୍ଧାର ହୋଇଥିବା ଜଣେ ଅପରିଚିତ(୫୫)ଙ୍କୁ ଜିଲ୍ଲା ସଦର ସରକାରୀ ଡାକ୍ତରଖାନାରେ ଚିକିତ୍ସା କରା ଯାଉଥିଲା। ଗତ ୨୨ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଝାରସୁଗୁଡା ପୋଲିସର ଆନୁସଙ୍ଗିକ କାମ ସରିବା…

ଜିଲ୍ଲାପାଳ କଲେ ଘୋଷଣା : ଆଜି ଠାରୁ ବୋୖଦ୍ଧ ରେ କୋହଳ ହେଲା କଟକଣା

ସକାଳ ୭ ରୁ ସଂଧ୍ୟା ୭ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବୌଦ୍ଧ(ଦୋଳଗୋବିନ୍ଦ ନାଏକ) : ଚତୁର୍ଥ ପର୍ଯ୍ୟାୟର ଲକ୍‌ଡାଉନ ସରିବାକୁ ଆଉ ୫ଦିନ ସମୟ ବାକିଥିବାବେଳେ ବିଭିନ୍ନ ଦୋକାନ ବଜାର ଖୋଲିବାକୁ ନେଇ ପ୍ରଶାସନ ଲଗାଇଥିବା ପ୍ରତିବନ୍ଧକ ଏବେ ହଟାଯାଇଛି । କେବଳ ମଦ ଦୋକାନ ବ୍ୟତୀତ ଅନ୍ୟ ସଂସ୍ତ…

ସୋଆ ଆଇଟିଇଆରର ୯୧% ଗ୍ରାଜୁଏଟଙ୍କ ପାଇଁ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର(ଶାସକ ପ୍ରଶାସକ)  : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ବୈଷୟିକ ଶିକ୍ଷା କ୍ଷେତ୍ରରେ ତା’ର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ବେଳେ ୨୦୧୯ – ୨୦ ବ୍ୟାଚର  ୯୧ ପ୍ରତିଶତ…

ଘୁ.ଉଦୟଗିରି : ଶବ ବ୍ୟବଚ୍ଛେଦ ଗୃହର ପୁନଃରୁଦ୍ଧାର ପାଇଁ ଦାବୀ

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ ):କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ମୂର୍ସ ହେଡ ଖ୍ରୀଷ୍ଟିଆନ ହସ୍ପିଟାଲରେ ଥିବା ଶବ ବ୍ୟବଚ୍ଛେଦ ଗୃହର ପୁନଃ ରୁଦ୍ଧାର ନିମନ୍ତେ ଦାବୀ ହୋଇଛି I ବର୍ତ୍ତମାନ ଏହି ଗୃହକୁ ଯିବା ପାଇଁ ରାସ୍ତା ନାହିଁ I ଏହା ସହ ଗୃହର ଚତୁଃର ପାର୍ଶ୍ୱ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ…

 କଣ୍ଟେନମେଣ୍ଟ ଜୋନରେ ବିଶୃଙ୍ଖଳା ତୁଷ୍ଟିକରଣ ବ୍ୟବସ୍ଥାର ପ୍ରତିଫଳନ – ଭିଏଚପି  

ସୁନ୍ଦରଗଡ଼/ ହୋରଚାନ୍ଦ ଦେଉରିଆ  - ରାଉରକେଲା ମୁଖ୍ୟ ମାର୍ଗ କଣ୍ଟେନମେଣ୍ଟ ଜୋନରେ ଆଜି ପୋଲିସ ଉପରକୁ ହୋଇଥିବା ପଥରମାଡ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ଏକ…