ଗୌଡ଼ପୁଟରେ ୨୧ରୁ ୪୬ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

19


ଓଡ଼ଗାଁ, ୧୯।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ପୁଟଠାରେ ଆସନ୍ତା ୨୧ ତାରିଖରୁ ୪୬ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଗୌଡ଼ପୁଟ ନେତାଜୀ କ୍ଲବ୍ ଓ ବୁଢ଼ାବୁଢ଼ୀ ଆଣି କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଝାଙ୍ଗୀରାମ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏହି ପ୍ରତିଯୋଗିତାରେ ଆଠଟି ଦଳ ଅଂଶଗ୍ରହଣ କରିବେ। ଚାରୋଟି ଲିଗ୍ ମ୍ୟାଚ୍ ପରେ ଆସନ୍ତା ୨୫ ଓ ୨୬ ତାରିଖରେ ଦୁଇଟି ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ୨୭ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଗୌଡ଼ପୁଟ ଦଳ ବୋଲଗଡ଼କୁ ଭେଟିବ। ଦ୍ୱିତୀୟ ମ୍ୟାଚ୍‌ରେ ଭଞ୍ଜନଗର ଓ ରଣପୁର, ତୃତୀୟ ମ୍ୟାଚ୍‌ରେ ଖଣ୍ଡପଡ଼ା ଓ ଶରଣକୁଳ ଏବଂ ଚତୁର୍ଥ ମ୍ୟାଚ୍‌ରେ ଖୋର୍ଦ୍ଧା ଓ ନୟାଗଡ଼ ମଧ୍ୟରେ ମୁକାବିଲା ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାପଡ଼ିଛି।

Leave A Reply

Your email address will not be published.