ଟିଟିଲାଗଡ (ଗୌରବ ଦରଜୀ) – ଆଜି ଟିଟିଲାଗଡ ନିକଟସ୍ଥ ଭାଟିପଡା ଗ୍ରାମର ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାପରିଷଦ ଦିଲିପ୍ ଖର୍ସେଲଙ୍କ ତତ୍ତ୍ଵାବଧାନରେ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସମାଜରେ କିଛି ସେବା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଲୋକଙ୍କୁ ସହଯୋଗ କରିବା ପାଇଁ ଏକ ସଂସ୍ଥା ଗଠନ କରିବା ନେଇ ସ୍ଥରିକୃତ ହୋଇ ନାଁ ଦିଆଗଲା ମା ସମଲେଶ୍ଵରୀ ୱେଲ ଫେୟାର ଫାଉଣ୍ଡେସନ। covid-19 ନିୟମକୁ ମାନି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲିପ୍ ଖର୍ସେଲଙ୍କୁ ସଭାପତି ଭାବେ ଓ ଶ୍ରୀ ପ୍ରଦୀପ ଖର୍ସେଲଙ୍କୁ ଉପ ସଭାପତି ଭାବେ ମନୋନୀତ କରାଯାଇଛି।ସମ୍ପାଦକ ନରେଶ ବଗର୍ତ୍ତୀ , ସହ ସମ୍ପାଦକ ନୀଳାଚଳ ନାଗ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ବାଗ , ଗୋକୁଳାନନ୍ଦ ବଗର୍ତ୍ତୀ ଙ୍କୁ ଲୋକସଂପର୍କ ଓ ଗଣମାଧ୍ୟମ ପ୍ରବକ୍ତା , ପ୍ରକଳ୍ପ ଆବାହକ ଭାବେ ଭୈରବ ଚରଣ କାଟ , ପରାମର୍ଶ ଦାତା ଭାବେ ଧନେଶ୍ଵର ଛତର୍ , ନରହରି ଜାଲ୍, ଛନ୍ଦଚରଣ ପାୟା ସିଂ , ଜନ୍ମଜୟ ଖର୍ସେଲ ଆଦିଙ୍କୁ ଦାୟିତ୍ଵ ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.