ଶ୍ରୀକୃଷ୍ଣ ଶରଣ ପୁର ଦିଲ୍ଲୀପ ପାହାନ ଙ୍କ ହତ୍ୟା ଘଟଣା ରେ ଆଉ ଦୁଇଜଣ ଗିରଫ ।

0

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଗତ ତା ୧୫-୫-୨୪ ରିଖ ରେ ଘଟିଥିବା ଦିଲ୍ଲୀପ ପାହାନ ଙ୍କ ହତ୍ୟା ଘଟଣାରେ ଗୁଜରାଟର ରାଜକୋଟରେ ଆଉ ଦୁଇଜଣ ଙ୍କୁ ଚାରି ଜଣିଆ ପୋଲିସ ଟିମ୍ ଗିରଫ କରି ଛନ୍ତି ବୋଲି ଜଣାପଡିଛି।
ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୃ ଙ୍କ ସୂଚନା ମୁତାବକ ମୃତକଙ୍କ ପରିବାର ଏତଲା ଦାଏର କୁ ଭିତ୍ତିକରି ଆସାମୀମାନଙ୍କୁ ଧରିବାରେ ଖଲ୍ଲିକୋଟ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ଆସାମୀ ମାନେ ହେଲେ ,କେଶପୁରର ଆଶିଷ କୁମାର ସାହୁ ଓରଫ୍ ପାଣ୍ଡା ,ଲୋଙ୍ଗର ର ଗୋପି ଗୌଡ଼।
ଏମାନଙ୍କ ପାଖରୁ ଖଣ୍ଡା ଜବତ ହୋଇଥିବା ଜଣାପଡିଛି । ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ଙ୍କ ସୂଚନା ଅନୁଯାୟୀ ଆଗରୁ ସତର ଜଣ ଗିରଫ ସୋଇଥିଲେ । ବର୍ତ୍ତମାନ ଆଜି ତା୭-୬-୨୦୨୪ ରିଖ ଅପରାହ୍ନ ସମୟରେ ଉକ୍ତ ଆସାମୀ ମାନଙ୍କୁ  କୋର୍ଟ ଚାଲାଣ କରାଯାଇଛି । ଏତଲା ଦାଏର ପ୍ରକାରେ ବାକି ଚାରିଜଣ ଆସାମୀ ମାନେ ଅଛନ୍ତି। ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ କହିଛନ୍ତି ଯେ, ଦିଲ୍ଲୀପ ପାହାନ ଙ୍କ ମୃତ୍ୟୁ ରହସ୍ୟ ଶୀଘ୍ର
ପର୍ଦ୍ଦାଫାଶ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

Leave A Reply

Your email address will not be published.