ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ର ଜିଲ୍ଲା ସାମାଜିକ ମଙ୍ଗଳ କାର୍ଯ୍ୟାଳୟ (DSWO) ଛତ୍ରପୁର ର ଅତିରିକ୍ତ ଜିଲ୍ଲାପାଳ (ADM) ଙ୍କ ନିର୍ଦେଶ ପ୍ରକାରେ , ଛତ୍ରପୁର କାର୍ଯ୍ୟାଳୟ ରୁ ଦୁଇଟି ଟିମ୍ , ଜିଲ୍ଲାର ବିଭିନ୍ନ ସେଣ୍ଟର୍ କୁ ଗସ୍ତ କରିଥିଲେ, ବନ୍ୟା କ୍ଷୟକ୍ଷତି ର ଆକଳନ ନିମନ୍ତେ।
ସେଥିମଧ୍ୟରୁ ଜିଲ୍ଲା ପୋଷଣ ସଂଯୋଜକ ଶ୍ରୀ ଅମିତ କୁମାର ତ୍ରିପାଠୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଡି ରାଜେଶ୍ୱରୀ ଏବଂ ସମ୍ବଲ (SAMBAL) ଜେଣ୍ଡର ସ୍ପେଶାଲିଷ୍ଟ ଶ୍ରୀ ସମୀର କୁମାର ପାତ୍ର ଙ୍କୁ ନେଇ ଗଠିତ ଏକ ଜିଲ୍ଲାସ୍ତରୀୟ ( ଟିମ୍- A ) ଭଞ୍ଜନଗର ଆଇସିଡିଏସ୍ ପ୍ରକଳ୍ପ ଅନ୍ତର୍ଗତ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଭଞ୍ଜନଗର ସିଡିପିଓ ଶ୍ରୀମତୀ ମିଲିମା ପଣ୍ଡା, ସମସ୍ତ ମହିଳା ପରିଦର୍ଶିକା ଗଣ ଏବଂ ବ୍ଲକ୍ ସଂଯୋଜକ (ପୋଷଣ) ଶ୍ରୀମତୀ ସ୍ମିତା ରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସ୍ୱତନ୍ତ୍ର ଟିମ୍ ପକ୍ଷରୁ ବାଉଁଶଲୁଣ୍ଡି ସ୍ଥିତ ମା’ ମଙ୍ଗଳା THR (Take Home Ration) ୟୁନିଟ୍, ଢ଼ୁଢୁଆ ସ୍ଥିତ ରାଧାକୃଷ୍ଣ THR ୟୁନିଟ୍, ବଡ଼କୋଦଣ୍ଡା-୪ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଢ଼ୁଢୁଆ-୧ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ବନ୍ୟାର ପ୍ରକୋପରେ ବିଭିନ୍ନ ଭିତ୍ତିଭୂମି, ଗୃହ ଏବଂ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଥିଲ ବୋଲି ସେମାନେ ପ୍ରତ୍ୟକ୍ଷ ଆକଳନ କରିଛନ୍ତି। ବନ୍ୟା କ୍ଷୟକ୍ଷତିର ଭୟାବହତା ଏତେ ଅଧିକ ଯେ, ଏହା ଗଞ୍ଜାମ ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକୁ ବିକାଶର ଦୃଷ୍ଟିକୋଣରୁ ପ୍ରାୟ ୧୦ ବର୍ଷ ପଛକୁ ଠେଲି ଦେଇଥିବା ପରି ମନେ ହେଉଛି ବୋଲି ପ୍ରକାଶ କରିଥିଲେ। ବନ୍ୟାର ଏହି ଭୟାବହ ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଏବଂ କ୍ଷୟକ୍ଷତିର ପରିମାଣ ବାସ୍ତବରେ କଳ୍ପନାତୀତ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.