ଯାଜପୁର ରୋଡ଼ ଥାନା ପକ୍ଷରୁ ବଡ଼ ସଫଳତା।

13

ବ୍ୟାସନଗର: ଯାଜପୁର ରୋଡ ପୋଲିସକୁ ଆଜି ଅପରାହ୍ନ ୨.୩୦ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଣେ ବ୍ରାଉନ ସୁଗାର ବେପାରୀ ଚାଲାଣ କରୁଥିବା ବେଳେ କୋରେଇ-ଯାଜପୁର ରୋଡ଼ ରାସ୍ତାରେ ଚଢ଼ାଉ କରି ପୋଲିସ ୧୦.୨୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି.ଯାହାର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା। ଏହି ଘଟଣାରେ ବିଜୟ କୁମାର୍ ରାଉତ୍ ଡାହାଣୀ ଗଡ଼ିଆ ବାଙ୍ଗର କୋଟାର ଗାଁ ବୋଲି ସୂଚନା ମିଳିଛି.ଅଭିଯୁକ୍ତକୁ ଗିରଫ କରାଯାଇଛି ତା ନିକଟରୁ ଗୋଟିଏ ବାଇକ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି। ଏ ନେଇ ଯାଜପୁର ରୋଡ଼ ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। କେସ ନଂ NDPS ଆକ୍ଟ ୨୧(b) ରେ କେସ ନଂ ୬୨୮/୦୫.୧୧.୨୦୨୬।

Leave A Reply

Your email address will not be published.