ସମ୍ବଲପୁର ଜିଲ୍ଲାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ତୃତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ

11

ସମ୍ବଲପୁର, ୬ ନଭେମ୍ବର ୨୦୨୬(ଲିପନ ନାଏକ): ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶିକ୍ଷାଦାନର ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (GMAPV) ଯୋଜନାର ତୃତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଶୁକ୍ରବାର ଦିନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ଉଦ୍‌ଘାଟିତ ଏହି ଶୁଭ କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୧୫ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି, ଯେଉଁଥିରେ ବାମରା ବ୍ଲକର ୭ଟି, କୁଚିଣ୍ଡା ବ୍ଲକର ୫ଟି ଏବଂ ଜମନକିରା ବ୍ଲକର ୩ଟି ବିଦ୍ୟାଳୟ ସାମିଲ ରହିଛି।

ଏହି ସୂଚାରୁ କାର୍ଯ୍ୟକ୍ରମ ଅବସରରେ ଜମନକିରା ବ୍ଲକ୍‌ ଅନ୍ତର୍ଗତ କୁଲୁଣ୍ଡି ବିଶ୍ୱସେବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ଉତ୍ସବରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେସ୍ୱର ବୋଳିରାମ ଵୋନ୍ଦର ଉପସ୍ଥିତ ରହି ରାଜ୍ୟସ୍ତରୀୟ ଭର୍ଚୁଆଲ ସଭାରେ ଅଂଶଗ୍ରହଣ କରିଥିଲେ। ସେହିପରି କୁଚିଣ୍ଡା ବ୍ଲକର ବକ୍ସମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏବଂ ସମ୍ବଲପୁର ସିଡିଓ-କମ୍-ଇଓ ଶ୍ରୀ ପ୍ରସନ୍ନ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।

ସୂଚନା ଅନୁଯାୟୀ ଯେ, ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୩ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା ବେଳେ ଏହି ତୃତୀୟ ପର୍ଯ୍ୟାୟରେ ଆଉ ୧୫ଟି ବିଦ୍ୟାଳୟ ଯୋଡ଼ିହେବା ଫଳରେ ଜିଲ୍ଲାର ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି।

Leave A Reply

Your email address will not be published.