କେନ୍ଦୁଝର: ବ୍ୟବସ୍ଥିତ ଢଙ୍ଗରେ ହେଉଛି ବାଲି ଚୋରି ।

26


କେନ୍ଦୁଝର,ତା୫/୧୧– କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ବେଆଇନ ବାଲି ଚୋରା ଚାଲାଣ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଚୋରା କାରବାର ରୋକିବା ପାଇଁ ଧରପଗଡ ମଧ୍ୟ କରାଯାଉଛି। ବିଶେଷକରି ଟୁକୁଣା ଓ ଆଖପାଖ ଅଂଚଳରେ ଏବେ ମଧ୍ୟ ବେଆଇନ ଭାବରେ ବାଲି ଚୋରା କାରବାର ଚାଲିଛି। ପ୍ରଶାସନର ଧରପଗଡ ପରେ ମାଫିଆମାନେ ଅଲଗା ଉପାୟରେ ଚୋରା କାରବାର କରୁଛନ୍ତି। ଫଳରେ ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ ହେବା ସହ ପରିବେଶ ନଷ୍ଟ ହେଉଛି ଏବଂ ଏହାଦ୍ୱାରା ଗ୍ରାମାଞ୍ଚଳରେ ବିବାଦ ଦେଖାଦେଇ ଆଇନଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି। ବେଆଇନ ବାଟରେ ବାଲି ଚୋରା କାରବାର କରିବା ପାଇଁ କେତେକ ଦିନରାତି ଖଣି ବିଭାଗ ଦପ୍ତର ଚକ୍କର ମାରୁଛନ୍ତି। ଖଣି ବିଭାଗରୁ ନିରାଶ ହେଲେ ରାଜନୈତିକ ଚାପ ସୃଷ୍ଟି କରି କାରବାର ଜାରୀ ରଖୁଛନ୍ତି। ଅଭିଯୋଗ ଅନୁଯାୟୀ ସେମାନେ ଟ୍ରାକ୍ଟରରେ ବେଆଇନ ଭାବେ ନଦୀରୁ ବାଲି ଆଣି କେତେକ ଜମାରେ ଗଚ୍ଛିତ କରୁଛନ୍ତି। ପରେ ସେଠାରୁ ବଡ ବଡ ଗାଡିରେ ଲୁଚାଛପା ବାହାରକୁ ଚାଲାଣ କରୁଛନ୍ତି। କେତେକ କ୍ଷେତ୍ରରେ ଉକ୍ତ ଜମା ବାଲିକୁ ଖଣି ବିଭାଗ ଦ୍ୱାରା ଜବତ କରି ସେ ବାବଦରେ ଜରିମାନା ପଇଠ କରି ଉକ୍ତ ବାଲିକୁ ଦେଖାଇ ଟ୍ରିପ ଟ୍ରିପ ବାଲି ଚୋରା ଚାଲାଣ କରୁଛନ୍ତି। ଏହି ବାଲି ଚୋରୀକୁ ନେଇ ପୂର୍ବରୁ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ଲୋକ ବିରୋଧ କରିଆସୁଥିଲେ। ଏଣୁ ଏଭଳି ବେଆଇନ କାମକୁ ପ୍ରୋତ୍ସାହନ ନ ଦେବାକୁ ସାଧାରଣରେ ଦାବୀ ହେଉଛି।

Leave A Reply

Your email address will not be published.