ଜଗତସିଂହପୁର,ତା-୦୭.୦୬.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଜୁନ, ଜୁଲାଇ ଓ ଅଗଷ୍ଟ ମାସ ନିମନ୍ତେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।ଏହି ଶିବିର ଆସନ୍ତା ଜୁନ 10 ତାରିଖରେ ବିରିଡି ବ୍ଲକ କାର୍ଯ୍ୟାଳୟ, ଜୁନ 18 ତାରିଖରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ଜୁନ 24 ତାରିଖରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ଜୁଲାଇ ମାସ 1ତାରିଖରେ ବାଲିକୁଦା ବ୍ଲକ,8 ତାରିଖରେ ଏରସମା ବ୍ଲକ,15 ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,22 ତାରିଖରେ ରଘୁନାଥପୁର ବ୍ଲକ ଏବଂ 29 ତାରିଖରେ ତିର୍ତ୍ତୋଲ ବ୍ଲକ ଠାରେ ଅନୁଷ୍ଠିତ ହେବ। ସେହିପରି ଅଗଷ୍ଟ ମାସ 5 ତାରିଖରେ କୁଜଙ୍ଗ ବ୍ଲକ,12ତାରିଖ ରେ ବିରିଡି ବ୍ଲକ,20 ତାରିଖରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ 27 ତାରିଖରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ଏହି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣ ଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରିବେ। ଏହି ଅଭିଯୋଗ ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, କ୍ଷେତ୍ରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିବେ। ଉପରୋକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ନିଜର ଆପତ୍ତି ଅଭିଯୋଗ ଜଣାଇ ପାରିବେ ଓ ଏହାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।