ଜିଲ୍ଲାସ୍ତରୀୟ ଭଲିବଲ୍ ଚାମ୍ପିୟନସିପ୍‌ରେ ଆମ୍ବାଭୋନା ଚାମ୍ପିୟନ

24

ବରଗଡ :ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ଭଲିବଲ୍ ଚାମ୍ପିୟନସିପ୍‌-୨୦୨୬ ଦ୍ୱାରୀର ଦ୍ୱାରକାଧୀଶ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ୧୨ଟି ବ୍ଲକ୍‌ର ଦଳ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ଆମ୍ବାଭୋନା ଓ ବିଜେପୁର ଦଳ ମଧ୍ୟରେ ରୋମାଞ୍ଚକର ଭାବେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆମ୍ବାଭୋନା ଦଳ ବିଜୟୀ ହୋଇ ଚାମ୍ପିୟନ ଟ୍ରଫି ହାସଲ କରିଥିବା ବେଳେ ବିଜେପୁର ଦଳ ଉପବିଜେତା ହୋଇଥିଲା ଉଦ୍‌ଘାଟନୀ ସମାରୋହରେ ବରଗଡ଼ ଜିଲ୍ଲା ପରିଷଦ ସଭ୍ୟା ନୀଳକୁମାରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।

ଉଦ୍‌ଯାପନୀ ସମାରୋହରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।ଏହି ଅବସରରେ ସାଂସଦ ପ୍ରତିନିଧି ଗୁନାରୁ ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ୟୋତିଷ ଚନ୍ଦ୍ର ନାୟକ, ଆମ୍ବାଭୋନା ବିଇଓ ତଥା ଆୟୋଜନ କମିଟିର ଆବାହକ ଭାବନା ସାହୁ, ସରପଞ୍ଚ ଭୋଇ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲାର ସିଂ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବରଗଡ଼ର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅମୃତା ସାହୁ ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମରେ ରୋହିତ ଭୁଏ ମଞ୍ଚ ପରିଚାଳନା କରିଥିବା ବେଳେ ଆମ୍ବାଭୋନାର ଏବିଇଓ ଲାଲମୋହନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.