ଆଦର୍ଶ ନଗର ଠାକୁରାଣୀ ପର୍ବ ଆଜିଠାରୁ ଆରମ୍ଭ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲା ଗୁଣପୁର ସହର ସ୍ଥିତ ଆଦର୍ଶ ନଗର ଠାରେ ଆଜିଠାରୁ ଠାକୁରାଣୀ ପର୍ବ ଆସନ୍ତା 12 ତାରିଖ ଯାଏ ଅନୁଷ୍ଠିତ ହେବାକୁ ଯାଉଛି । ମା ଙ୍କ ପୂଜା ଅର୍ଚନା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ଅବସ୍ଥାରେ ପହଞ୍ଚିଥିବା ବେଳେ ଉକ୍ତ ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପାଦନ କରିବା ନିମନ୍ତେ କମିଟି ତରଫରୁ ମହିଳା କମିଟି ଗଠନ କରାଯାଇ ବିଭିର୍ଣ୍ଣ ଦାୟିତ୍ୱକୁ ଉକ୍ତ କମିଟିକୁ ନ୍ୟସ୍ତ କରାଯାଇଛି । ଉକ୍ତ ପର୍ବ 14 ଗୋଟି ସାହିକୁ ନେଇ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତ୍ୟକ ସାହିକୁ ଆଲୋକରେ ସାଜଶଯ୍ୟା କରାଯାଇ ପରିବେଶକୁ ଆନନ୍ଦ ମୁଖର ଓ ଚଳ ଚଞ୍ଚଳ କରାଯାଇଛି । ବିଭିର୍ଣ୍ଣ ପ୍ରକାରର ବଜାର, ଉଠା ଦୋକାନୀଙ୍କ ଦୋକାନକୁ ଉକ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି । ପୂଜାରୀଙ୍କ ପୂର୍ବ ସୁଚନା ଅନୁଯାୟୀ ଆଜି 6ଘଣ୍ଟିକା ସମୟରେ ପାନ ଗୁଆ ପ୍ରଦାନ ସହିତ ମାଙ୍କୁ ନିମନ୍ତ୍ରଣ କରାଯିବା ନିମନ୍ତେ ଉକ୍ତ ନଗରର ଶତାଧିକ ଜନ ସାଧାରଣ ମନ୍ଦିର ଅଭିମୁଖେ ବାହାରିଥିଲେ । ତତ୍ ପରେ ସକାଳ7ଘଣ୍ଟିକା ସମୟରେ ମା ଙ୍କ ଉଦୁଡି ଶଗଡ଼କୁ ଉକ୍ତ ନଗରର ପ୍ରତ୍ୟକ ସାହିକୁ ପରିକ୍ରମା କରାଯାଇଥିଲା । ପରିକ୍ରମା ସମୟରେ ପ୍ରତ୍ୟକ ସାହିର ମହିଳା ଉକ୍ତ ରଥକୁ ଭକ୍ତିପୂତ ସହ ଦାଣ୍ଡରେ ଝୁଟି ଦେଇ ହୁଳହୁଳି ସହିତ ସ୍ୱାଗତ କରିଥିଲେ । ଉକ୍ତ ଦିନ ଅପରାହ୍ନ ୭ଘଣ୍ଟିକା ସମୟରେ ମା ଙ୍କ ପାଦ ଅଣାଯିବା ନିମନ୍ତେ ଉଭୟ ମହିଳା ଓ ପୁରୁଷ କମିଟି ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ମା ଙ୍କ ପାଦକୁ ଅତି ଆଡମ୍ବର ସହକାରେ ଆଣିବା ପାଇଁ ଓଡିଶା ବାହାରୁ ବିଭିର୍ଣ୍ଣ ନାଚ କୁ ଅଣାଯାଇଛି । ଉକ୍ତ ଦିନ ୭ଘଣ୍ଟିକା ସମୟରେ ନଗରର ଏକ ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ ସମାବେଶ ହୋଇ ମା ଙ୍କ ପାଦକୁ ଆଣିବାକି ଯିବା ପାଇଁ କମିଟି ତରଫରୁ ନିଷ୍ପତି ଗ୍ରହଣ କରାଯାଇଛି । ମା ଙ୍କ ଏହି ପାଞ୍ଚ ଦିନ ଯାତ୍ରାରେ ବିଭିର୍ଣ୍ଣ ପ୍ରକାରର ରଙ୍ଗା ରଙ୍ଗୀ କାର୍ଯ୍ୟକ୍ରମକୁ ପରିବେଷଣ କରିବାକୁ ଥିବା ବେଳେ ଆସନ୍ତାକାଲି ସନ୍ଧ୍ୟାରେ ଡେନ୍ସ ବେବି ଡେନ୍ସ, ସୁନ୍ଦରୀ ପ୍ରତିଯୋଗିତା, ବିଭିନ୍ନ ପ୍ରକାର ପ୍ରତିଯୋଗିତା ଏବଂ ଅନେକ କାର୍ଯ୍ୟକ୍ରମ କୁ ପରିବେଷଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି ।

 

Leave A Reply

Your email address will not be published.