ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୦୬/୧୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ତିନୋଟି ଗ୍ରାମ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା ନିମନ୍ତେ ଶୁକ୍ରବାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଠାରୁ ଆଭାସୀ ମାଧ୍ୟମରେ ତୃତୀୟ ପର୍ଯ୍ୟାୟରେ ମୋଟ ଛଅ ଶହ ତିରିଶି ଗୋଟି ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସେଥି ମଧ୍ୟରୁ ଡାବୁଗାଁ ବ୍ଲକ ର କୋଇଲାରି , ଜବାଗୁଡା ଓ ନନ୍ଦପୁରା ଗ୍ରାମ ପଞ୍ଚାୟତ ରେ ଆଦର୍ଶ ବିଦ୍ୟାଳୟ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଛି । ଡାବୁଗାଁ ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକାନ୍ତ କାର୍ତାମି ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ,ସାଂସଦ ଙ୍କ ପ୍ରତିନିଧି ରାଜେନ୍ଦ୍ର ବିଶୋଇ ,ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ,ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା ପ୍ରମୁଖ ତିନୋଟି ପଞ୍ଚାୟତରେ ଅତିଥି ଭାବେ ଉପସ୍ଥିତ ରହିଥିଲେ । ରାଜ୍ୟ ସ୍ତରୀୟ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଟିଭି ପରଦାରେ ଛାତ୍ରଛାତ୍ରୀ,ଅଭିଭାବକ,ଶିକ୍ଷକ ଓ ଗ୍ରାମବାସୀ ଦେଖିଥିଲେ । ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ନିମନ୍ତେ ସରକାର ଲକ୍ଷ୍ୟ ରଖିଥିବା ବେଳେ ଡାବୁଗାଁ ବ୍ଲକ ରେ ପ୍ରଥମ ପର୍ଯ୍ୟାୟରେ ତିନୋଟି ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି।ସରକାର ପ୍ରତିଟି ବିଦ୍ୟାଳୟ ନିମନ୍ତେ ପ୍ରାୟ ପାଞ୍ଚ ଏକର ପରିମିତ ଜମିରେ ବିଦ୍ୟାଳୟ ସ୍ଥାପନ କରିବାକୁ ଥିବାବେଳେ ଏଥି ନିମନ୍ତେ ପାଞ୍ଚକୋଟି ରୁ ଆଠ କୋଟି ପର୍ଯ୍ୟନ୍ତ ଅର୍ଥ ବରାଦ କରିବେ । ବିଦ୍ୟାଳୟରେ ଅତ୍ୟାଧୁନିକ ସୁବିଧା ସହ ଶ୍ରେଣୀଗୃହ , ଛାତ୍ରାବାସ, ଇ -ପାଠାଗାର, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟଜଳର ବ୍ୟବସ୍ଥା, ଶୌଚାଳୟ, କର୍ମଚାରୀଙ୍କ ନିମନ୍ତେ ବାସଗୃହ,ଉନ୍ନତ ଭିତ୍ତିଭୂମି, ପର୍ଯ୍ୟାପ୍ତ ଶିକ୍ଷକ ଓ ଡିଜିଟାଲ ଶିକ୍ଷା ବ୍ୟବସ୍ଥା ପ୍ରଦାନ ସହ ଜିଲ୍ଲାର ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ଲକ୍ଷ୍ୟ ରହିଛି ।ଅନ୍ୟ ମାନଙ୍କ ମଧ୍ୟରେ ବିଆରସିସି ଭଗବାନ ମାଝୀ, ଏବିଇଓ ସନ୍ତୋଷ କୁମାର ସାହୁ, ଜବାଗୁଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଗିରି, କୋଇଲାରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ବେହେରା ଓ ନନ୍ଦପୁରା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ କଣ୍ଡଦୋରା ,ତିନୋଟି ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ, ସିଆରସିସି ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.