ସାରସକଣା/ନବକିଶୋର ମହାପାତ୍ର: ଓଡ଼ିଶା, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତର ମୟୂରଭଞ୍ଜଜିଲ୍ଲାର ଝାରପୋଖରିଆ ଥାନା ଏକ ସମ୍ବେଦନଶୀଳ ଥାନା ହୋଇଥିବା ବେଳେ ପୂର୍ବରୁ କର୍ମଚାରୀଙ୍କ ଅବହେଳା ଲାଗି ଅଞ୍ଚଳରେ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ ଦିନ ଖୁଲମଖୁଲା ଚାଲୁଥିବା ଦେଖିବାକୁ ମିଳୁଛି । ଝାରପୋଖରିଆ ଥାନାରେ ଦାୟିତ୍ୱ ଗ୍ରହଣ କରିଥିବା ଡି ଏସ ପି ଉପାସନା ପାଢ଼ୀ ସୋମବାର ପାଟ୍ରୋଲିଂ ସମୟରେ ଜାମସୋଲା ନିକଟରେ ଗୋଟିଏ ବେଆଇନ ଗୋରୁ ବୋଝେଇ ପିକଅପକୁ ଜବତ ସହ ୧୦ ଟି ଗୋରୁଙ୍କୁ ଉଦ୍ଧାର କରି ସୁରକ୍ଷା ଦୃଷ୍ଟିରୁ ବାଲେଶ୍ବର ଗୋଶାଳାକୁ ପଠାଇଛନ୍ତି। ଚାଲାଣରେ ବ୍ୟବହୃତ ଓଡ଼ି୧୧ଡବ୍ଲୁ ୨୫୮୪ ପିକଅଫକୁ ପୋଲିସ ଜବତ କରିବା ସହିତ ଝାରପୋଖରିଆ ଥାନା କେଶ ନମ୍ବର ୯୨/୨୨ରେ ମାମଲା ରୁଜୁ କରି ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥବା ବେଳେ ବାଦାମପାହାଡ଼ ଥାନା ଅଞ୍ଚଳର ହେଲ୍ପର ଅନଙ୍ଗ ବାରିକକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଝାରପୋଖରିଆ ଥାନା ଅଞ୍ଚଳ ଦେଇ ବିଗତ ବର୍ଷ ବର୍ଷ ଧରି ପ୍ରତ୍ୟେକ ଦିନ ଚଲାପଥ, ପିକଅପ ଯୋଗେ ଓ ସପ୍ତାହର ନିର୍ଦ୍ଦିଷ୍ଟ ଦିନ ଗୁଡ଼ିକରେ ଟ୍ରକ ଓ କଣ୍ଟେନର ଯୋଗେ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗକୁ ଗୋଚାଲାଣ ହେଉଥିଲେ ବି ପ୍ରଶାସନ ପକ୍ଷରୁ ଆଖି ଦୃଶିଆ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ବେଳେ ବର୍ତ୍ତମାନ ଏହା ଖୁଲମଖୁଲା, ବେପରୁଆ ଢଙ୍ଗରେ ଗୋ ଚାଲାଣ ଚାଲୁଛି । ଡି ଏସ ପି ଉପାସନା ପାଢ଼ୀ ଝାରପୋଖରିଆ ଥାନାରେ ନିଯୁକ୍ତି ପରେ ଗୋରୁ ମାଫିଆ ଓ ଅସାଧୁ ବ୍ୟକ୍ତିଙ୍କ ଛାତିରେ ଭୟର ବାତାବରଣ ଦେଖାଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକିରହିଲା ଯଥା ପୂର୍ବଙ୍ଗ ତଥା ପରମ ହେଉଛି ନା ଏହି ଭଳି ପ୍ରୟାସ ଡି ଏସ ପି ମାଡାମଙ୍କ ଆଗକୁ ଜାରି ରହୁଛି ।
Sign in
Sign in
Recover your password.
A password will be e-mailed to you.