ଗିଡ଼ିପା ବାଲି: ଭୂସ୍ଖଳନ ସ୍ଥଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବନ୍ଦ କରିବା ପାଇଁ ଅନୁରୋଧ ପତ୍ର

10


ଜି.ଉଦୟଗିରି,୭/୧୧(ଅବନୀ କୁମାର ପ୍ରଧାନ )କନ୍ଧମାଳ ଗଞ୍ଜାମ ଜିଲ୍ଲା ସୀମାନ୍ତ ବାଇବାଲି ପଞ୍ଚାୟତ ଗିଡ଼ିପା ବାଲି ଗ୍ରାମରେ ଗତ ବାତ୍ୟା ଅର୍ଣ୍ଣବ ର ଲଗାଣ ବର୍ଷା ରେ ଗତ ମାସ ୨୮ ତାରିଖ ବୁଧବାର ରାତି ୩ ଟା ବେଳେ ଭୟାଭହ ଭୂସ୍ଖଳନ ଘଟିଥିଲା | ଭୂସ୍ଖଳନରେ ସମ୍ପୂର୍ଣ ଗାଁ ର ମାନଚିତ୍ର ବଦଳି ଯାଇଥିବା ବେଳେ ଗାଁ ର ୯ ଟି ପରିବାରର ୧୨ ଜଣ ବାତ୍ୟା ଆଶ୍ରୟ ସ୍ଥଳରେ ଆଶ୍ରୟ ସ୍ଥଳରେ ରହୁଛନ୍ତି ଏବଂ ୧୩ ଜଣ ନିଖୋଜ ରହିଥିଲେ | ଘଟଣାଟି ୩୦ ତାରିଖରେ ଜଣାପଡ଼ିବା ପରେ କନ୍ଧମାଳ ଜିଲ୍ଲାପାଳ ଆଇଏଏସ ବେଦ ଭୂଷଣ ଙ୍କ ନିର୍ଦେଶ କ୍ରମେ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସ ଙ୍କ ଉପସ୍ଥିତି ରେ ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର, ବିଡିଓ ସତ୍ୟନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଆଇଆଇସି ବିଜୟ କୁମାର ସ୍ୱାଇଁ, ଅଗ୍ନିଶମ ବାହିନୀ, ଓଡ୍ରାଫ, ଏନଡିଆରଏଫ, ଏସଓଜି ଯବାନ ଓ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜୋରସୋର ରେ ଚାଲିଥିଲା |ନିଖୋଜ ୧୩ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ଆଶ୍ରୟସ୍ଥଳରେ ଥିବା ଗିଡ଼ିପା ବାଲି ଗାଁ ର ୧୨ ଜଣ ଗ୍ରାମବାସୀ ଭୂସ୍ଖଳନ ସ୍ଥଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟକୁ ଏକ ଲିଖିତ ଅନୁରୋଧ ପତ୍ର ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର ଙ୍କୁ ଦେଇଥିବା ଦେଖିବାକୁ ମିଳିଛି | ସେମାନଙ୍କ କହିବା ଅନୁସାରେ ଭୂସ୍ଖଳନ ଘଟିବାର ବହୁ ଦିନ ବିତିଯାଇଥିବା ବେଳେ ସେମାନଙ୍କୁ ଆମେ କଣ ଆଉ ଜୀବିତ ପାଇବୁ କି ସେମାନଙ୍କ ଶରୀର ବର୍ତ୍ତମାନ କେଉଁ ଅବସ୍ଥାରେ ଥିବ ଠିକ ନାହିଁ ଏପଟେ ଯଦି ପୁଣି ବର୍ଷା ହୁଏ ତେବେ ଉଦ୍ଧାର କାରୀ ପ୍ରଶାସନିକ ଅଧିକାରୀ,ଅଗ୍ନିଶମ ବାହିନୀ, ଓଡ୍ରାଫ,ଏସଓଜି ଯବାନ ମାନଙ୍କ ପାଇଁ ମଧ୍ୟ ବିପଦ ରହିଛି ତେଣୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଉ | ତତସହିତ ବର୍ତ୍ତମାନ ବଞ୍ଚିଥିବା ଗ୍ରାମବାସୀଙ୍କ ନିମନ୍ତେ ଜମି ସହ ରହିବା ପାଇଁ ଘର, ପିଲାମାନଙ୍କ ଭବିଷ୍ୟତ ନିମନ୍ତେ ସହାୟତା ବ୍ୟବସ୍ଥା ଏବଂ ମୃତକଙ୍କ ପରିବାର ନିମନ୍ତେ ସରକାରୀ ନିୟମାନୁସାରେ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ବ୍ୟବସ୍ଥା କରିବାକୁ ଦରଖାସ୍ତ ରେ ଲେଖି ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି |

Leave A Reply

Your email address will not be published.