ଟାଟା ଷ୍ଟିଲ୍‌ର ଦ୍ୱିତୀୟ ତ୍ରୈମାସିକରେ ଟିକସ ପରବର୍ତୀ ଲାଭ ୫,୦୫୫ କୋଟି

35

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଟାଟା ଷ୍ଟିଲ୍‌ର ଭାରତୀୟ ବ୍ୟବସାୟର ଟିକସ ପରବର୍ତୀ ଲାଭ (ପିଏଟି) ୨୦ ପ୍ରତିଶତ ବୃଦ୍ଧି ପାଇ ୫,୦୫୫ କୋଟି ଟଙ୍କା ହୋଇଛି। ଗତବର୍ଷ ସମାନ ତ୍ରୈମାସିକରେ କମ୍ପାନିର ଲାଭ ତୁଳନାରେ ଏହି ବୃଦ୍ଧି ହୋଇଛି। ଏହି ସମୟରେ ଭାରତୀୟ ବ୍ୟବସାୟର ରାଜସ୍ୱ ୨୩ ପ୍ରତିଶତ ବଢ଼ି ୪୨,୬୫୩ କୋଟି ଟଙ୍କାରେ ପହଂଚିଛି। ଭାରତରେ କମ୍ପାନିର ଇବିଆଇଟିଡିଏ ୧୦,୬୩୪ କୋଟି ଟଙ୍କା ରହିଥିବା ବେଳେ ଏହାର ମାର୍ଜିନ୍ ୨୫ ପ୍ରତିଶତ ରହିଛି।

ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ଟାଟା ଷ୍ଟିଲ୍‌ର ମୋଟ ଇସ୍ପାତ ଉତ୍ପାଦନ ପୂର୍ବ ତ୍ରୈମାସିକ ତୁଳନାରେ ୭ ପ୍ରତିଶତ ବଢ଼ି ୬୧.୮ ଲକ୍ଷ ଟନ୍ ହୋଇଛି। ସେହିପରି ଇସ୍ପାତ ବିକ୍ରି ୧୬ ପ୍ରତିଶତ ବଢ଼ି ୫୯.୮ ଲକ୍ଷ ଟନ୍ ହୋଇଛି। କମ୍ପାନିର ସମସ୍ତ ବିଶ୍ୱସ୍ତରୀୟ ବ୍ୟବସାୟକୁ ମିଶାଇ ଏହି ତ୍ରୈମାସିକରେ ରାଜସ୍ୱ ୬୫,୪୩୬ କୋଟି ଟଙ୍କା ଓ ଇବିଆଇଟିଡିଏ ୧୦,୬୬୫ କୋଟି ଟଙ୍କା ରହିଛି। ଗତ ତ୍ରୈମାସିକ ତୁଳନାରେ ଇବିଆଇଟିଡିଏ ୧୪ ପ୍ରତିଶତ ବଢ଼ିଛି।

ଚଳିତ ଆର୍ôଥକ ବର୍ଷର ପ୍ରଥମ ୬ ମାସରେ କମ୍ପାନିର ମୋଟ ରାଜସ୍ୱ ୧,୨୬,୨୩୧ କୋଟି ଟଙ୍କା ଏବଂ ଇବିଆଇଟିଡିଏ ୨୦,୦୩୫ କୋଟି ଟଙ୍କା ହୋଇଛି। ଏହା ଗତବର୍ଷର ସମାନ ସମୟ ତୁଳନାରେ ୨୧ ପ୍ରତିଶତ ଅଧିକ। ଭାରତୀୟ ବ୍ୟବସାୟର ପ୍ରଥମ ୬ ମାସର ରାଜସ୍ୱ ୭୯,୬୪୧ କୋଟି ଟଙ୍କା ଏବଂ ଇବିଆଇଟିଡିଏ ୨୦,୫୪୧ କୋଟି ଟଙ୍କା ରହିଛି। ଏହାର ମାର୍ଜିନ୍ ୨୬ ପ୍ରତିଶତ ରହିଛି।

କମ୍ପାନି ଚଳିତ ତ୍ରୈମାସିକରେ ପୁଞ୍ଜି ବ୍ୟୟ ବାବଦରେ ୩,୨୮୦ କୋଟି ଟଙ୍କା ଖର୍ଚ୍ଚ କରିଛି। ପ୍ରଥମ ୬ ମାସରେ ଏହି ଖର୍ଚ୍ଚ ୬,୮୬୦ କୋଟି ଟଙ୍କା ହୋଇଛି। ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ୪.୮ ନିୟୁତ ଟନ୍ କ୍ଷମତା ସମ୍ପ୍ରସାରଣ ସମେତ ଅନ୍ୟାନ୍ୟ ପ୍ରକଳ୍ପ କାମ ଜାରି ରହିଛି। କମ୍ପାନିର ମୋଟ ଋଣ ୯୧,୪୨୩ କୋଟି ଟଙ୍କା ରହିଛି। ତେବେ ନଗଦ ଅର୍ଥ ସମେତ ମୋଟ ଆର୍ôଥକ ଉପଲବ୍ଧତା ୪୦,୦୭୬ କୋଟି ଟଙ୍କା ରହିଛି।

ଟାଟା ଷ୍ଟିଲ୍‌ର ସିଇଓ ତଥା ଏମ୍‌ଡି ଟି ଭି ନରେନ୍ଦ୍ରନ୍ କହିଛନ୍ତି ଯେ, “ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଓ କଂଚାମାଲ ମୂଲ୍ୟ ବୃଦ୍ଧି ସତ୍ୱେ ଆମେ ଏହି ତ୍ରୈମାସିକରେ ବିକ୍ରି ଓ ଲାଭରେ ଭଲ ଅଭିବୃଦ୍ଧି ହାସଲ କରିଛୁ। ଭାରତୀୟ ବ୍ୟବସାୟ ଆମ ପ୍ରଦର୍ଶନର ମୁଖ୍ୟ ଆଧାର ହୋଇ ରହିଛି। ଗ୍ରାହକଙ୍କ ସହ ଉତମ ସମ୍ପର୍କ ଓ ଦୃଢ଼ ବଜାର ଉପସ୍ଥିତି ଏଥିରେ ସହାୟକ ହୋଇଛି।”

କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଏଫ୍‌ଓ କୌଶିକ ଚାଟାର୍ଜୀ କହିଛନ୍ତି ଯେ, “ଭାରତରେ ଅଧିକ ଉତ୍ପାଦନ ଓ ନେଦରଲାଣ୍ଡସରେ କାର୍ଯ୍ୟକ୍ଷମତାରେ ସୁଧାର ଯୋଗୁଁ କମ୍ପାନି ଭଲ ପ୍ରଦର୍ଶନ କରିଛି। ଖର୍ଚ୍ଚ କମାଇବା, ଉତ୍ପାଦନ ବ୍ୟବସ୍ଥାରେ ସୁଧାର ଆଣିବା ଓ ନଗଦ ଅର୍ଥ ପରିଚାଳନା ଉପରେ ଆମେ ଗୁରୁତ୍ୱ ଦେଉଛୁ।”

Leave A Reply

Your email address will not be published.