ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

0

ଖୋର୍ଦ୍ଧା:(ସେକ କୌଶର )ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରୁ ମୁକୁଳିଛନ୍ତି। ବିଧାୟକ ବାଣପୁର ସବଜେଲରୁ ମୁକୁଳିଛନ୍ତି। ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ୭ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ ପରେ ସେ ଆଜି ସାମୟିକ ଭାବେ ଜେଲରୁ ମୁକୁଳିଛନ୍ତି। ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ସାତ ଦିନ ପାଇଁ ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ଦେଇଛନ୍ତି।

ଆଜି ମଧ୍ୟାହ୍ନରେ ବିଧାୟକ ଜେଲରୁ ବାହାରିବା ପରେ ଗେଟ ବାହାରେ ଜଗି ବସିଥିବା ତାଙ୍କର କିଛି ସମର୍ଥକ ଙ୍କ ସହିତ ମିଶି ସିଧା ସଳଖ ମା’ ଭଗବତୀଙ୍କ ଦର୍ଶନ ଲାଗି ଯାଇଥିଲେ। ଅନ୍ତରୀଣ ଜାମିନ ଅବଧି ସରିବା ପରେ ଆସନ୍ତା ମଇ ୪ ତାରିଖ ଦିନ ସକାଳ ୭ ଘଟିକାରେ ସମୟରେ ବିଧାୟକ ଶ୍ରୀ ଜଗଦେବ କୋର୍ଟରେ ହଜାର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଧାୟକଙ୍କ ପାଇଁ କୋର୍ଟ ଏକାଧିକ ସର୍ତ୍ତାବଳୀ ରଖିଥିବା ଜଣାପଡିଛି।

Leave A Reply

Your email address will not be published.