ଚୋରା କାଠ ଗଣ୍ଡି ଚାଲାଣ ବେଳେ କାଠ ଜବତ

9

ଚୋରା କାଠ ଗଣ୍ଡି ଚାଲାଣ ବେଳେ ବନ ବିଭାଗ କର୍ମଚାରୀ ମାନେ ଗାଡ଼ି ଓ ଚାଲାଣକାରୀ ସମେତ କାଠ ଜବତ କରି ଚାଲାଣକାରୀ ଜୀବନ ରାଉତ କୁ ମାମଲା ନଂ ୧୨୬/୨୦୨୬ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜୀବନ ର ଘର ନିକଟସ୍ଥ ପିତାତଳି ଗ୍ରାମ ହୋଇଥିବା ବେଳେ ସେ ଦିଗପହଣ୍ଡି ବନ ଅଞ୍ଚଳରୁ ଚୋରାରେ ଶାଗୁଆନ ଓ ପଣସ କାଠ ଗଣ୍ଡି ସଂଗ୍ରହ କରି ଆନ୍ଧ୍ର ଚାଲାଣ କରୁଥିବା ଖବର ପାଇ ବନବିଭାଗ ଫରେଷ୍ଟର କାମନା ଭୁୟାଁ ଓ ବନବିଭାଗ ଭିଜିଲାନ୍ସ କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଚିକିଟି ନିକଟସ୍ଥ କୋଟଲିଙ୍ଗି ଗ୍ରାମ ନିକଟରେ ଛକି ରହିଥିବା ବେଳେ ଜୀବନ ରାଉତ ସେହି ରାସ୍ତାରେ ଏକ ପିକଅପ୍ ଗାଡ଼ି ପ୍ରାୟ ଲକ୍ଷାଧିକ ଟଙ୍କାର ଶାଗୁଆନ ଓ ପଣସ କାଠ ଗଣ୍ଡି ଭର୍ତ୍ତି କରି ଆନ୍ଧ୍ର ଅଭିମୁଖେ ଯାଉଥିଲେ। ଯାହା ଫଳରେ ବନ ବିଭାଗ କର୍ମଚାରୀ ମାନଙ୍କ ହାବୁଡ଼ରେ ଧରାପଡ଼ି ଥିଲେ । ଯାହାକି ବନବିଭାଗ କର୍ମଚାରୀମାନେ ବଡ ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.