ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ସାରା ବିଶ୍ବ ସ୍ବାଗତ କରୁଛି: ବୈଜୟନ୍ତ

0

ରାଏସିନା ଆଲୋଚନା ଚକ୍ର- ୨୦୨୨

ନୂଆଦିଲ୍ଲୀ / ଭୁବନେଶ୍ବର – ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଓ ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ନୂଆ ଦିଲ୍ଲୀଠାରେ ରାଏସିନା ଆଲୋଚନା ଚକ୍ର- ୨୦୨୨ ର ୭ତମ ସଂସ୍କରଣ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଗତକାଲି ଉଦଘାଟିତ ହୋଇଥିବା ବେଳେ ଆଜି ଦ୍ବିତୀୟ ଦିନରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଭାରତର ପ୍ରତିନିଧି ଭାବେ ଯୋଗଦେଇ ଉଦାରବାଦ ଓ ବିଶ୍ବ ଧୃବୀକରଣ ସମସ୍ୟା ସମ୍ପର୍କରେ ଆଲୋକପାତ କରିଛନ୍ତି। ଭାରତୀୟ ଅର୍ଥନୀତି ଅଭିବୃଦ୍ଧିକୁ ସାରା ବିଶ୍ବ ସ୍ବାଗତ କରୁଛନ୍ତି। ଏକବିଶଂ ଶତାଦ୍ଦୀରେ ବିଶ୍ବ ପାଇଁ ଥିବା ଆହ୍ବାନରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ କିନ୍ତୁ ଏ ସବୁର ବାସ୍ତବତା ପାଇଁ ଏକ ବିଶ୍ବସ୍ତରୀୟ ନିୟମ ନିର୍ଣ୍ଣୟ ହେବା ଉଚିତ ବୋଲି ଶ୍ରୀ ପଣ୍ଡା ନିଜ ଉଦ୍‌ବୋଧନରେ ଗୁରୁତ୍ବାରୋପ କରିଛନ୍ତି। ଭାରତ ଏବେ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିବାରେ ପ୍ରଥମ। ନିକଟରେ ଋଣଗ୍ରସ୍ତ ଶ୍ରୀଲଙ୍କାର ଭୁଷୁଢି ପଡିଥିବା ଅର୍ଥନୀତିକୁ ସଜାଡିବା ପାଈଁ ଭାରତ ପ୍ରଥମେ ସହଯୋଗର ହାତ ବଢାଇଛି। ସେହିପରି ଋଷ୍-ୟୁକ୍ରେନ ଯୁଦ୍ଧ ସମୟରେ ସେଠାରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବାରେ ମୋଦି ସରକାର ସଫଳ ହୋଇଥିବା ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।
କୋଭିଡ୍ ମହାମାରୀ ଯୋଗୁଁ ପ୍ରାୟ ୨ ବର୍ଷପରେ ଆୟୋଜିତ ଏହି ରାଏସିନା ଆଲୋଚନା ଚକ୍ର ହେଉଛି ଭାରତର ପ୍ରମୁଖ ବୈଦଶିକ ନୀତି ସମ୍ବନ୍ଧୀୟ ଆଲୋଚନା ଚକ୍ର। ଚଳିତ ବର୍ଷ ଏହି ଆଲୋଚନା ଚକ୍ର ୨୫ ରୁ ୩୦ ଅପ୍ରେଲ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଆଜି ଶ୍ରୀଯୁକ୍ତ ପଣ୍ଡାଙ୍କ ସମେତ ଫିଲିପାଇନସ୍ ବୈଦଶିକ ସଚିବ, ସ୍ବିଡେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲ୍ଟ, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାରପ୍ପର, ଆମେରିକାର ପୂର୍ବତନ ଉପ ସଚିବ ଜେନ୍‌ ହୋଲ ଲ୍ୟୁଟ ପ୍ରମୁଖ ଏହି ଆଲୋଚନାରେ ଭାଗନେଇ ନିଜର ମତ ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶ୍ବର ବିଭିନ୍ନ ଦେଶରୁ ବହୁ କୁଟନୈତିଜ୍ଞ, ବୁଦ୍ଧିଜିବୀ ମାନେ ଯୋଗଦେଇଥିଲେ।

Leave A Reply

Your email address will not be published.