ରାମନାଗୁଡା/ଧବଳେଶ୍ୱର ପତ୍ରୀ -ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ବ୍ଲକ ସ୍ଥିତ ପାର୍ଲା କଲୋନୀ ନିକଟରେ ରେ ବୁଧବାର ଦିନ ସକାଳ ଏଗାରଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି | ମିଳିଥିବା ସୂଚନା ଅନୁଯାୟୀ ତିନି ଜଣ ଯୁବକ ଓଡି୦୭ଏ ୭୫୫୫ ନମ୍ବର ବିଶିଷ୍ଟ ନିଜ କାର ରେ ବ୍ରହ୍ମପୁର ଠାରୁ କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଓଡ଼ି ୧୮ ଡି ୩୩୧୨ ଡାଲା ଓ ଓଡି୧୮ଡି ୩୩୧୩ ଇଞ୍ଜିନ ନମ୍ବର ବିଶିଷ୍ଟ ଟ୍ରାକ୍ଟର ଟି ରାମନାଗୁଡା ଠାରୁ ବାଲି ଖାଲି କରି ଗୁମୁଡା ଯାଉଥିବା ବେଳେ ରାମନାଗୁଡା ସଦର ଠାରୁ ୪ କିଲୋମିଟର ଦୂର ପାର୍ଲା ଠାରେ ଟ୍ରାକ୍ଟର ସହ କାର ର ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି | ଟ୍ରାକ୍ଟର ଟି ଖାଲ ଗୁମୁଡ଼ା ର ଗ୍ରାମର ହୋଇଥିବା ବେଳେ ଡ୍ରାଇଭର ନବୀନ ବିଡ଼ିକା ସୁରକ୍ଷିତ ଭାବେ ଥିବା ବେଳେ ଉକ୍ତ ଟ୍ରାକ୍ଟର ରେ ନିୟୋଜିତ ଥିବା ଖମ୍ବାଗୁଡା ଗ୍ରାମର ରମେଶ ନାମକ ଶ୍ରମିକଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ସୂଚନା ମିଳିଛି | ସେହିପରି କାର ରେ ଯାତ୍ରା କରୁଥିବା ତିନି ଜଣ ଯୁବକ ଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ କାର ଟିର ସମ୍ମୁଖ ଭାଗ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି | ଏମାନଙ୍କ ମଧ୍ୟରୁ ତିନି ଯୁବକଙ୍କ ପରିଚୟ ମିଳିପାରି ନାହିଁ | ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ରାମନାଗୁଡା ଫାଣ୍ଡି ଅଧିକାରୀ ପୃଥ୍ୱୀରାଜ ଝୋଂକାର ଏବଂ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଟ୍ରାକ୍ଟର ଏବଂ କାର କୁ ଜବତ କରି ଆହତ ଅବସ୍ଥାରେ ଥିବା ଶ୍ରମିକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ରାମନାଗୁଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ନିମନ୍ତେ ପଠାଇ ଦେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.