ଓଡ଼ଗାଁ,୭।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତ ଗୌଡ଼ପୁଟଠାରେ ବୁଢ଼ାବୁଢ଼ିଆଣୀ କ୍ରୀଡ଼ା ସଂସଦ ଓ ନେତାଜୀ କ୍ଲବ ଗୌଡ଼ପୁଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୬ ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ରେ ମଙ୍ଗଳା ଖୋର୍ଦ୍ଧା ଦଳ ୩-୧ ଗୋଲ୍ରେ ବୋଲଗଡ଼ ଦଳକୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ହାସଲ କରିଛି । ଉଦ୍ଯାପନୀ ଉତ୍ସବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଓଡ଼ଗାଁ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, କୁରାଳ ଜିଲ୍ଲା ପରିଷଦ ସଭ୍ୟା ଝିଲ୍ଲୀ ପ୍ରଧାନ, କୁରାଳ ସରପଞ୍ଚ ସୋପାନୀ ପାଇକରାୟ, ଗୌଡ଼ପୁଟ ସରପଞ୍ଚ ତ୍ରିନାଥ ନାୟକ, ସମୀର ରାଉତ ଓ ଜଗନ୍ନାଥ ଦଳବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଖେଳକୁ ମନୋରଞ୍ଜନ ଦାସ, ସୁରେଶ ପରିଡ଼ା, ପ୍ରସନ୍ନ ନାୟକ ଓ ସୂର୍ଯ୍ୟକାନ୍ତ ଦଳବେହେରା ରେଫରି ଭାବେ ପରିଚାଳନା କରିଥିଲେ। କ୍ଲବ ସଭାପତି ଦିଲ୍ଲୀପ ମାର୍ଥା ଓ ସାଧାରଣ ସମ୍ପାଦକ ତ୍ରିନାଥ ପ୍ରଧାନଙ୍କ ତତ୍ତ୍ୱାବଧାନରେ ନାରାୟଣ ପ୍ରଧାନ, ବିଜୟ ପ୍ରଧାନ, ନରସିଂହ ପୃଷ୍ଟି, ନିତ୍ୟାନନ୍ଦ ପ୍ରଧାନ ଓ ଜଗନ୍ନାଥ ବାରିକ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଶ୍ରୀଧର ପରିଡ଼ା ଓ କ୍ରୀଡ଼ା ସମ୍ପାଦକ କେଦାର ଚନ୍ଦ୍ର ସାହୁ ଖେଳର ସଂଯୋଜନା କରିବା ସହ ଧାରାବିବରଣୀ ପ୍ରଦାନ କରିଥିଲେ। ଶେଷରେ ଉପସଭାପତି ବିଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post