ବାଲେଶ୍ଵର ସହରର ନୂଆସାହି ଠାରେ ଦିବ୍ୟାଙ୍ଗ ଓ ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ଉନ୍ନତମାନର କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ଯୋଗାଇଦେବା ଉଦ୍ଦେଶ୍ୟରେ ‘ସାକ୍ଷ୍ୟମ୍ ପ୍ରୋସ୍ଥେଟିକ୍ ଆଣ୍ଡ ଅର୍ଥୋଟିକ୍ସ ସେଣ୍ଟର’ ଉଦ୍ଘାଟିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ ମେଡିକାଲ କଲେଜ ର ଅସ୍ଥିଶଲ୍ୟ ବିଭାଗ ଡାକ୍ତର ରାଧାକାନ୍ତ ପ୍ରଧାନ ଯୋଗଦେଇ ସକ୍ଷମ କୁ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଡାକ୍ତର ବିନୋଦ କୁମାର ଲେଙ୍କା, ଝାଡେଶ୍ୱର ଅର୍ଥୋପେଡିକ ତପନ କୁମାର ମହାନ୍ତି,ସକ୍ଷମ ର ପରିଚାଳକ ଶୁଭେନ୍ଦୁ ପାତ୍ର,ଅଶ୍ୱନୀ ମହାନ୍ତି,ନରସିଂହ ବେହେରା,ଉମେଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଏହି ଅନୁଷ୍ଠାନ ଦିବ୍ୟାଙ୍ଗ ଙ୍କ ପାଇଁ ବହୁ ସହାୟକ ହେବ ବୋଲି କହିଥିଲେ।
ଏହି କେନ୍ଦ୍ରରେ କୃତ୍ରିମ ହାତ ଓ ଗୋଡ଼, ବିଭିନ୍ନ ପ୍ରକାରର ଅର୍ଥୋଟିକ୍ ଉପକରଣ, ଚଳପ୍ରଚଳ ପାଇଁ ସହାୟକ ସାମଗ୍ରୀ ଏବଂ ଅନ୍ୟାନ୍ୟ ପୁନର୍ବାସ ସେବା ଉପଲବ୍ଧ ହୋଇପାରିବ ବୋଲି ସୂଚନା ଦେଇଛନ୍ତି । ଏହାଦ୍ୱାରା ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିମାନେ ନିଜର ଦୈନନ୍ଦିନ ଜୀବନକୁ ଅଧିକ ସହଜ ଓ ସ୍ୱାଭାବିକ କରିପାରିବେ।
କେନ୍ଦ୍ରଟି ଡା. ବିନୋଦ କୁମାର ଲେଙ୍କାଙ୍କ ସହଯୋଗରେ ପରିଚାଳିତ ହେଉଥିବାବେଳେ ଏହାର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଶ୍ରୀ ସୁବେନ୍ଦୁ କୁମାର ପାତ୍ର। ଏହି କେନ୍ଦ୍ରର ମୂଳ ଲକ୍ଷ୍ୟ ହେଉଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଚଳନ କ୍ଷମତା ବୃଦ୍ଧି କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ଆତ୍ମବିଶ୍ୱାସୀ କରିବା ହେବ ବୋଲି ପରିଚାଳକ ଶ୍ରୀ ଶୁଭେନ୍ଦୁ ପାତ୍ର ବକ୍ତବ୍ୟରେ କହିବା।ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଙ୍ଗୀତା ସାହୁ,ବିଶ୍ୱଜିତ୍ ସାହୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post