କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ବାର୍ଲି ଗୌତମଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ପ୍ରଦୀପ କୁମାର ମାଣ୍ଡାଙ୍ଗି ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ସରପଞ୍ଚ ଙ୍କୁ କାର୍ଯ୍ୟାଳୟର କର୍ମଚାରୀ ଯୋଗାଣ ସହାୟକ ଶ୍ରୀକାନ୍ତ ମାଲେଟି ,ନିଳ ମାଧବ ପୂଜାରୀ,ଗ୍ରାମ୍ୟ ରୋଜଗାର ସେବକ ବିଦୁର ବାଗ ଉପସ୍ଥିତ ରହି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ।ପଞ୍ଚାୟତର ରହିଥିବା ସମସ୍ୟା ଗୁଡିକୁ ପୁରାଣ କରିବି ବୋଲି ନବ ନିର୍ବାଚିତ ସରପଞ୍ଚ କହିଛନ୍ତି ।ଏଥିରେ ତାଙ୍କ ସମର୍ଥକ ମାନେ ଉପସ୍ଥିତ ରହିଥିଲେ ।ସେ ୧୫୭୩ ଭୋଟ ପାଇ ଥିବା ବେଳେ ପ୍ରତିଦ୍ବନ୍ଦୀ ହିକକା ଇଶ୍ୱର ୧୧୬୩ ଭୋଟ ପାଇ ଛନ୍ତି ତାଙ୍କ ଠାରୁ ୪୧୦ ଭୋଟ ଅଧିକା ପାଇଁ ଥିବାରୁ ନିର୍ବାଚନ ଅଧିକାରୀ ବିଜୟୀ ଘୋଷଣା କରିଥିଲେ ।
Sign in
Sign in
Recover your password.
A password will be e-mailed to you.