ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ

12


ଜଗତସିଂହପୁର, ତା ୦୭.୧୧.୨୬ ରିଖ : ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଜଗତସିଂହପୁର ଜିଲ୍ଲାରେ ସରକାରୀ କାର୍ଯ୍ୟରେ ଓଡିଆ ଭାଷା ବ୍ୟବହାରର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ତା ୦୬.୧୧.୨୬ ରିଖ ଓ ତା ୦୭.୧୧.୨୬ ରିଖ ରେ ଜିଲ୍ଲା ସଦର ମହକୁମା ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଅଛି । ଓଡ଼ିଆ ଭାଷାରେ ସରକାରୀ ନଥି, ଚିଠା, ପତ୍ର ଇତ୍ୟାଦି ପ୍ରସ୍ତୁତ କରିବା ସହ ଓସୱାସରେ ଓଡ଼ିଆରେ ସରକାରୀ କାର୍ଯ୍ୟ ସମ୍ପାଦନ ବିଷୟରେ ଆୟୋଜିତ ଶିବିରରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଆସିଥିବା ଦକ୍ଷ ପ୍ରଶିକ୍ଷକମାନଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ),ଶ୍ରୀ ସମ୍ବିତ କୁମାର ରାଉତ, ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଓଏସଡି, ଓଡ଼ିଆ ଭାଷା ପ୍ରତିଷ୍ଠାନ, ଡଃ ସନ୍ତୋଷ ରଥ, ଡଃ ବିପ୍ଳବ ରଞ୍ଜନ ପ୍ରଧାନ, ଶ୍ରୀ ସ୍ମୃତିରଞ୍ଜନ ମିଶ୍ର, ଶ୍ରୀ ଗିରିଜା ଶଙ୍କର ଦାସ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ରାଜେଶ କୁମାର ସାହୁ ଯୋଗଦାନ କରିଥିଲେ ଏବଂ ଆଜି ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ର ଓ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟାଳୟର ଅଧିକାରୀ ତଥା କର୍ମଚାରୀ ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରିଥିଲେ ଏବଂ ସମସ୍ତଙ୍କୁ ଏହି ପ୍ରଶିକ୍ଷଣ ଶିବିର ପାଇଁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.