ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ତରୀୟ ରୋଲ ପ୍ଲେ ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଗଜପତି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ମୁର୍ମୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରି ଆୟୋଜିତ ରୋଲ ପ୍ଲେ ପ୍ରତିଯୋଗିତାର ଉଦ୍ଦେଶ୍ୟ ଜ୍ଞାପନ କରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ , ଛାତ୍ର /ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଭେଦଭାବ, ଇଣ୍ଟେର୍ନେଟର କୁ ବ୍ୟବହାର , ନିଶା ସେବନର ପ୍ରଭାବ ଇତ୍ୟାଦି ବିଷୟରେ ସମାଜକୁ ବାର୍ତା ପ୍ରେରଣର ଏକ ଉତ୍କୃଷ୍ଟ ମଞ୍ଚ ବୋଲି କହିଥିଲେ।
ଡ଼. ମୁର୍ମୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା, ବିଶିଷ୍ଟ ସଂଗୀତକାର ଗୁରୁ ରଘୁନାଥ ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୨ ଟି ଉଚ୍ଚ ବିଦ୍ୟାଳୟର ଛାତ୍ର /ଛାତ୍ରୀ ଓ ସହାୟକ ଶିକ୍ଷକ /ଶିକ୍ଷୟତ୍ରୀ ଯୋଗଦେଇଥିଲେ।
ପାରଳାଖେମୁଣ୍ଡିର ସରକାରୀ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇଛନ୍ତି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ପାଢୀ ସମ୍ମାନିତ ଅତିଥି ଶିକ୍ଷକ ଭାବେ ଯୋଗଦେଇଥିବା ବେଳେ ଜଗନ୍ନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସଙ୍ଗେ ଏ. ରବି କୁମାର ଧନ୍ୟବାଦ ଦେଇଥିଲେ। ଏହି ପ୍ରତିଯୋଗିତା କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.