କାଶୀପୁର ରୁ ବୈକୁଣ୍ଠ ଦୁରିଆ ଙ୍କ ରିପୋର୍ଟ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତସଦର ସ୍ଥିତ ଚେକ ଡ୍ୟାମରେ ଗତ ଶନିବାର ବୁଡ଼ି ଯାଇଥିବା ହରେକୃଷ୍ଣ ଝୋଡ଼ିଆଙ୍କ ମୃତ ଦେହକୁ ଆଜି ଓଡ୍ରାଫ ଟିମ ଉଦ୍ଧାର କରିଛି । ହରେକୃଷ୍ଣ ପାଣିରେ ବୁଡ଼ି ଯିବାର ଦୀର୍ଘ ୫୦ଘଣ୍ଟା ପରେ ଆଜି ଶବକୁ ଉଦ୍ଧାର କରାଯାଇଛି । ଗତ ଦୁଇଦିନ ଧରି କାଶୀପୁର ଏବଂ ରାୟଗଡ଼ାରୁ ଆସିଥିବା ଅଗ୍ନିଶମ ବାହିନୀ ପାଣି ଭିତରେ ବହୁତ ଖୋଜିବା ପରେ ଆଜି ମୃତ ଦେହକୁ ଠାବ କରାଯାଇଥିଲା।
ସୂଚନାଯୋଗ୍ୟ ମାଇକଞ୍ଚ ପଞ୍ଚାୟତ ପୋଡ଼ା ପଦର ଗ୍ରାମର ସୁରେନ୍ଦ୍ର ଝୋଡ଼ିଆଙ୍କ ପୁଅ ହରେ କୃଷ୍ଣ ଝୋଡ଼ିଆ ଗତ ଶନିବାର ସକାଳେ ଗ୍ରାମ ନିକଟସ୍ଥ କାନ୍ଦୁଲ ଭଜା ଚେକ ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବାବେଳେ ପାଣିରେ ବୁଡ଼ି ଯାଇ ଥିଲେ । କୂଳରେ ଥିବା ଜେଜେମା ଏହାକୁ ଦେଖି ପାରି ଘଟଣା ସମ୍ପର୍କରେ ତୁରନ୍ତ ପରିବାର ଲୋକଙ୍କୁ ଜଣାଇଥିଲେ । ଚେକ ଡ୍ୟାମରେ ଗଭୀର ପାଣିଏବଂ ପଙ୍କ ଥିବାରୁ ଗ୍ରାମବାସୀ ଉଦ୍ଧାର କରି ନ ପାରି ସ୍ଥାନୀୟ ଅଣ୍ଡିରାକଞ୍ଚ ଥାନା ଏବଂ କାଶୀପୁର ର ଦମକଳ ବାହିନୀ ଙ୍କୁ ଖବର ଦେଇଥିଲେ।
କାଶୀପୁର ଏବଂ ପରେ ରାୟଗଡ଼ା ଠାରୁ ଆସିଥିବା ଦମକଳ ବାହିନୀ ବହୁତ ଖୋଜାଖୋକି କରିବା ପରେ ଆଜି ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ଅଣ୍ଡିରା କଞ୍ଚ ଥାନା ପୁଲିସ ଶବ କୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଥିବା ସୂଚନା ମିଳିଛି ।ସୁରେନ୍ଦ୍ର ଝୋଡ଼ିଆ ଙ୍କ ଦୁଇ ପୁଅ ଏବଂ ଗୋଟିଏ ଝିଅ ମଧ୍ୟରୁ ମୃତ ହରେକୃଷ୍ଣ ମଝିଆ ବୋଲି ଜଣା ଯାଇଛି ।ଗରିବ ପରିବାରକୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି
Sign in
Sign in
Recover your password.
A password will be e-mailed to you.