ଅବହେଳିତ ୪ଟି ବୃହତ ସାଗର ଅଞ୍ଚଳର ବିକାଶ ପାଇଁ ସର୍ବୋଚ୍ଚ ଯନ୍ତ୍ରୀ,ଅନ୍ୟ ମୁଖ୍ୟଯନ୍ତ୍ରୀମାନଙ୍କ ସାଗର ଅଞ୍ଚଳକୁ ଗସ୍ତ ଓ ଅନୁଧ୍ୟାନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଳସେଚନ କ୍ଷେତ୍ରରେ ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡି ରହିଥିବା ଗଜପତି ଜିଲ୍ଲାର ୪ଟି ବୃହତ ସାଗରର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟଯନ୍ତ୍ରୀ ମାନେ ସମ୍ପୃକ୍ତ ସାଗର ଅଞ୍ଚଳକୁ ଗ୍ରସ୍ତ କରି ସେଠାରେ ସାଗର ଗୁଡିକର ସ୍ଥିତି ଅନୁଧ୍ୟାନ କରି ସମୀକ୍ଷା କରିଛନ୍ତି ।
ଏହି ଯନ୍ତ୍ରୀ ଦଳରେ ରାଜ୍ୟ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ମିଶ୍ରଙ୍କ ସମେତ କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ଶ୍ରୀ ଅକ୍ଷୟ କୁମାର ଦାସ , ଡିଜାଇନ-ମୁଖ୍ୟଯନ୍ତ୍ରୀ ଶ୍ରୀ ଲିଙ୍ଗରାଜ ଗୌଡ଼ , କ୍ଷୁଦ୍ର ଜଳସେଚନ ବିଭାଗ ଦକ୍ଷିଣାଞ୍ଚଳ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଜାମିନି କାନ୍ତ ଦାସ , ପାରଳାଖେମୁଣ୍ଡି ଏମଆଇ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ରାଉତ ପ୍ରଭୃତିଙ୍କ ସମେତ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ଡ଼ଃ ତିରୁପତି ପାଣିଗ୍ରାହୀ ମଧ୍ୟ ଗ୍ରସ୍ତ କରି ସାଗର ଗୁଡିକର ଦୟନୀୟ ସ୍ଥିତି ଅନୁଧ୍ୟାନ କରିଥିଲେ।
ଗ୍ରସ୍ତ ବେଳେ ଯନ୍ତ୍ରୀ ଦଳ ବୃହତ ସାଗର ଯଥା: ଗୋଷାଣୀ ବ୍ଲକ ଅଞ୍ଚଳରେ ଥିବା କୃଷ୍ଣ ସାଗର ଓ ଗଜପତି ସାଗର ଏବଂ ପାରଳାଖେମୁଣ୍ଡି ସହରର ଉଭୟ ଉପକଣ୍ଠରେ ଥିବା ରାମସାଗର ଓ ସୀତା ସାଗର ଅଞ୍ଚଳ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।
ସାଗର ଗୁଡିକର ଟିକିନିଖି ଅନୁଧ୍ୟାନ କରିବା ସହ ତାର ପୁନଃଉଦ୍ଧାର ଓ ପୁନଃଗଠନ କରାଯାଇ ଯଥାଶୀଘ୍ର କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେବା ଦିଗରେ ଆବଶ୍ୟକ ସର୍ଭେ କାର୍ଯ୍ୟ ତୁରନ୍ତ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନୁଧ୍ୟାନ ବେଳେ ସେମାନେ ମୁଖ୍ୟତଃ ଦୁଇଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦେଇ ଥିଲେ । ଯାହାକି ସାଗର ଗୁଡିକର ଚତୁଃପାର୍ଶ୍ବ ବିକାଶ କରାଯିବା ସହ ଜଳସେଚନ କ୍ଷେତ୍ରରେ ଚାଷୀମାନେ ବର୍ଷ ତମାମ କିଭଳି ଦ୍ଵିଫସଲ କରିବା ଦିଗରେ ଉପକୃତ ହେବେ ଏବଂ ମାଛଚାଷୀ ମାନେ ମାଛଚାଷ କରି ଗୁଜୁରାଣ ମେଣ୍ଟାଇ ପାରିବେ । ସେ ଦିଗରେ ଅଧିକ ଗୁରୁତ୍ୱ ଦେଇ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ମିଶ୍ର ଏବଂ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ।
ସାଗର ଗୁଡିକର ଅନୁଧ୍ୟାନ କରିବା ପରେ ଯନ୍ତ୍ରୀ ଦଳ , ସେହି ସାଗର ଅଞ୍ଚଳର ଓ ସାଗର ଗୁଡିକ ଦ୍ୱାରା ଉପକୃତ ହେବାକୁ ଥିବା ବହୁଚାଷୀଙ୍କ ସହିତ ସାଗର ଗୁଡିକ ଦ୍ୱାରା ଜଳସେଚନର ବିକାଶ ଓ ମାଛଚାଷୀ କିଭଳି ଅଧିକ ଉପକୃତ ହେବେ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ , ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରାବନ୍ଧ ଓ ଖରଷଣ୍ଢା ଅଞ୍ଚଳରେ ବୃହତ କୃଷ୍ଣ ସାଗର ଓ ଗଜପତି ସାଗର ସମେତ ପାରଳାଖେମୁଣ୍ଡି ସହରର ଉଭୟ ଉପକଣ୍ଠରେ ରାମ ଓ ସୀତା ସାଗର ରହିଛି । ପୂର୍ବେ ଏହି ୪ଟି ବୃହତ ସାଗର ଦ୍ୱାରା ଚାଷୀ ଓ ମାଛଚାଷୀ ବେଶ ଉପକୃତ ହୋଇ ପାରୁଥିଲେ । ତେବେ ଗତ କିଛି ବର୍ଷ ହେଲା ଏହା ପ୍ରାୟ ପରିତ୍ୟକ୍ତ ଅବସ୍ଥା ସହ ରକ୍ଷଣା ବେକ୍ଷଣାର ଅଭାବ ଯୋଗୁଁ ଅକାମି ପ୍ରାୟ ହୋଇ ପଡିଛି । ଚାଷୀକୁଳ ଓ ମାଛଚାଷୀ ଏହାଦ୍ୱାରା ଆଉ ସେଭଳି କୌଣସି ଉପକୃତ ହୋଇ ପାରୁନାହାନ୍ତି ।
ତେଣୁ ଏସବୁ ସମସ୍ୟାକୁ ନେଇ ଅଞ୍ଚଳର ଚାଷୀମାନେ ଏହାର ପୁନଃଦ୍ଧାର ଓ କାର୍ଯ୍ୟକ୍ଷମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରାସ୍ତ ହୋଇଥିଲେ । ଯାହାକି ଯନ୍ତ୍ରୀଦଳ ଅବହେଳିତ ବୃହତ ସାଗର ଗୁଡିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସାଗର ଅଞ୍ଚଳ ଗ୍ରସ୍ତ କରିଥିଲେ ।

Leave A Reply

Your email address will not be published.