ବୁଗୁଡା(ଡ଼. କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକର ଗୋଲିଆରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟ ଏକ ଦିବାଧ୍ୟାୟୀ ଶିକ୍ଷାନୁଷ୍ଠାନ ଅଟେ। ଆଦର୍ଶ ବିଦ୍ୟାଳୟକୁ ଛାତ୍ର ଓ ଛାତ୍ରୀ ମାନଙ୍କ ନିରାପତ୍ତାରେ ନେବା ଆଣିବା ଦାୟିତ୍ୱ ଅଭିଭାବଙ୍କ ଉପରେ ନ୍ୟସ୍ତଅଟେ। ଗୋଲିଆ ଓଏଭି ସ୍ଥାପନ ହେବାଠାରୁ ଛାତ୍ରଛାତ୍ରୀ ଯିବା ଆସିବାରେ କୌଣସି ପ୍ରକାର ଅସୁବିଧା ହୋଇନଥିବା ବେଳେ ଗତ ଡିସେମ୍ବର ୧୦ ତାରିଖ ଦିନ ନବମ ଶ୍ରେଣୀ ଛାତ୍ର ଯୁବରାଜ ସେଠୀ ଅଟୋରୁ ଖସି ପ୍ରାଣ ହରାଇଥିଲେ। ସେହି ଦୁର୍ଘଟଣାକୁ ଆଖି ଆଗରେ ରଖି ଗୋଲିଆ ଓଏଭି ଅଧ୍ୟକ୍ଷ ସିଦ୍ଧାନ୍ତ ପ୍ରସାଦ ଜେନା ଛାତ୍ରଛାତ୍ରୀଙ୍କ ନିରାପତ୍ତା ଯାତ୍ରା ପାଇଁ ଅଭିଭାବକ ଓ ଗାଡି ମାଲିକମାନଙ୍କୁ ନେଇ ଏକ ବୈଠକ ଡିସେମ୍ବର ୧୩ ତାରିଖ ଦିନ ଆୟୋଜନ କରିଥିଲେ। ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶନ କୁମାର ବେହେରା ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ସମେତ ବହୁ ଅଭିଭାବକ ଓ ୧୩ ଟି ଗାଡିର ମାଲିକମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସାଇକେଲ ଦ୍ୱାରା ବିଦ୍ୟାଳୟକୁ ଯିବା ଆସିବା କରୁଥିବା ଛାତ୍ରମାନେ ଦ୍ରୁତଗତିରେ ଗାଡି ଆଗରେ ରାସ୍ତା ମଧ୍ୟ ଭାଗରେ ସାଇକେଲ ଚଳାଉଥିବା ଅଭିଯୋଗ ହେଉଥିବା ବେଳେ ଅଭିଭାବକ ବୃନ୍ଦ ନିଜର ପିଲାମାନଙ୍କୁ ନିଜର ବାମ କଡରେ ଧିରସ୍ଥିର ଭାବରେ ସାଇକେଲ ଚଳାଇବାକୁ କହିବା ପାଇଁ ପରାମର୍ଶ ଦିଆଗଲା। ସେହିପରି ଗାଡି ମାଲିକମାନେ ନିଜ ଗାଡ଼ିରେ ଯେଉଁ ଛାତ୍ରଛାତ୍ରୀ ଯିବା ଆସିବା କରୁଛନ୍ତି ସେହି ଗାଡ଼ିରେ ସେମାନଙ୍କ ନାମ, ପିତା ବା ମାତାଙ୍କ ନାମ, ମୋବାଇଲ ନମ୍ବର ଓ ଛାତ୍ରଛାତ୍ରୀଙ୍କ ବ୍ଲଡ଼ ଗୃପ ଲେଖିବାକୁ ପରାମର୍ଶ ଦିଆଗଲା। ଅଭିଜ୍ଞ ଚାଳକ ସହ କମ ଗତିରେ ଗାଡି ଚଳାଇବାକୁ କୁହାଯାଇଥିଲା। ଯଦି କୌଣସି କାରଣ ଯୋଗୁଁ ଗାଡି ଖରାପ ହୁଏ ତେବେ ଗାଡି ଚାଳକ ଓଏଭି ଅଧ୍ୟକ୍ଷଙ୍କୁ ଅବଗତ କରାଇବାକୁ ସ୍ଥିର ହେଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପରିବହନ ବିଭାଗ ଯେଉଁସବୁ ନିୟମ ଜାରିକରିଛନ୍ତି ତାହାକୁ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post