ନିର୍ମାଣ ଶ୍ରମିକଙ୍କ ହୃଦଘାତରେ ମୃତ୍ୟୁ

0

ଅସ୍ତରଙ୍ଗ/ଦୁଃଶାସନ ନାୟକ ; ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନୂଆଗଡ ଗ୍ରାମର ନିର୍ମାଣ ଶ୍ରମିକ ରବୀନ୍ଦ୍ର ନାଥ ନାୟକ (୪୬) ଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଅସ୍ତରଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।ମୃତ ରବୀନ୍ଦ୍ର ଆଳସାହି ଠାରେ ମଧ୍ୟାହ୍ନରେ ଏକ ରାସ୍ତା
ନିର୍ମାଣ କାର୍ଯ୍ୟ କରୁଥିବା ସମୟରେ ହଠାତ ଶ୍ୱାସ କ୍ରିୟାରେ ଅସ୍ୱାଭାବିକ ଜଣାପଡିବାରୁ ସେ ଅସୁସ୍ଥ ହେବା ସହିତ ଅଚେତ ପଡ଼ିଥିଲେ।ଅଚେତ ଅବସ୍ଥାରେ ତାଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅନ୍ୟ ଶ୍ରମିକ ମାନେ ଆଣିଥିଲେ।କାର୍ଯ୍ୟରତ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।ଅସ୍ତରଙ୍ଗ ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ କହିଥିଲେ।ମୃତ ରବୀନ୍ଦ୍ର ଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି।ସେ ସବୁବେଳେ ଦିନ ମଜୁରୀ ଲାଗି ପରିବାରକୁ ଭରଣ ପୋଷଣ କରୁଥିଲେ।ତାଙ୍କ ମୃତ ପରେ ତାଙ୍କର ବିଧବା ପତ୍ନୀ ଓ ଦୁଇ ପିଲା ପାଠ ପଢ଼ିବା ପାଇଁ ସମସ୍ୟା ଦେଖା ଦେଇଛି। ଉକ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନୂଆଗଡ଼ ଗ୍ରାମବାସୀ ମାନେ ଦାବି କରିଛନ୍ତି।ରିପୋର୍ଟ ଲେଖା ହେବା ବେଳକୁ କୌଣସି ଅପମୃତୁ ମାମଲା ରୁଜ୍ଜୁ କରାଯାଇ ନ ଥିବା ଜଣାପଡିଥିଲା।

Leave A Reply

Your email address will not be published.