ଭୁବନେଶ୍ୱର(ଶାସକ ପ୍ରଶାସକ) : କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ପ୍ରଶାସନିକ ବୋର୍ଡ (କାଭା) ସଦସ୍ୟ ମନୋନୀତ ହୋଇଛନ୍ତି। ଗୁରୁବାର ନୂଆଦିଲ୍ଲୀଠାରେ ଭର୍ଚୁଆଲ୍ରୋ ଅନୁଷ୍ଠିତ କାଭା କାର୍ଯ୍ୟକାରିଣୀ ବୈଠକରେ କାଭା ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ଏହାର ପ୍ରଶାସନିକ ବୋର୍ଡ ସଦସ୍ୟ ମନୋନୀତ କରାଯାଇଛି। ୧୪ଟି ଦେଶର ଭଲିବଲ୍ ସଂଘର ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିବା ବେଳେ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍ ସଂଘର ସଭାପତି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ସଭାପତି ମହମ୍ମଦ ଲଥିଫଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକକୁ ଏସୀୟ ଭଲିବଲ୍ ମହାସଂଘର ସଭାପତି ଶ୍ରୀମତୀ ରିତା ସୁବୱ ଉଦ୍ଘାେଟନ କରିଥିଲେ। ଏହି ଅବସରରେ କେନ୍ଦ୍ରୀୟ ଏସିଆରେ ଭଲିବଲ୍ରି ଉନ୍ନତି ନିମନ୍ତେ ବ୍ୟାପକ ଆଲୋଚନା ହୋଇଥିବା ବେଳେ ଅଚ୍ୟୁତ ସାମନ୍ତଙ୍କ ବହୁମୁଖୀ ପ୍ରତିଭା ଏବଂ ବିଶେଷ କରି କ୍ରୀଡ଼ା ପ୍ରତି ତାଙ୍କର ଅବଦାନକୁ ବିଚାରକୁ ନିଆଯାଇ ତାଙ୍କୁ କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ସଦସ୍ୟ ମନୋନୀତ କରାଯାଇଥିଲା। ଏସୀୟ ଭଲିବଲ୍ ମହାସଂଘର ମହାସଚିବ କିଆଟିପଙ୍ଗ, ଏସୀୟ ଭଲିବଲ୍ ମହାସଂଘର କେନ୍ଦ୍ରାଞ୍ଚଳ କାର୍ଯ୍ୟକାରୀ ଉପସଭାପତି ରାମାବତାର ସିଂହ ଝାକର ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ୨୦୨୨ରେ ହେବାକୁ ଥିବା କେନ୍ଦ୍ରୀୟ ଏସିଆ ମହିଳା ଭଲିବଲ୍ ଚାମ୍ପିଅନ୍ସିନପ୍ ଭାରତକୁ ଦେବା ପାଇଁ ଶ୍ରୀ ସାମନ୍ତ କାଭା କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ।
ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ ୨୦୨୨ରେ କେନ୍ଦ୍ରୀୟ ଏସିଆ ମହିଳା ଭଲିବଲ୍ ଚାମ୍ପିଅନ୍ସିେପ୍ ଭାରତରେ ହେବା ନିମନ୍ତେ କାଭା ନିଷ୍ପତ୍ତି ନେଇଥିଲେ। ଏଥିରେ ଖୁସି ବ୍ୟକ୍ତ କରିବା ସହ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରି ଭୁବନେଶ୍ୱରରେ ଏହି ଚାମ୍ପିଅନ୍ସିଲପ୍ ଆୟୋଜନ କରିବା ପାଇଁ ଉଦ୍ୟମ କରିବେ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ସୂଚନାଯୋଗ୍ୟ, କନ୍ଦ୍ରୀୟ ଏସିଆ ମହିଳା ଭଲିବଲ୍ ଚାମ୍ପିଅନ୍ସିଜପ୍ରେେ ଭାରତ ସମେତ ଇରାନ, ଶ୍ରୀଲଙ୍କା, ପାକିସ୍ତାନ, କାଜାକିସ୍ତାନ ଏବଂ ଚାମ୍ପିଅନ୍ସିହପ୍ ପାଇଁ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ୩ଟି ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଚାମ୍ପିଅନ୍ସି୍ପ୍ରଗ ତାରିଖ ଘୋଷଣା କରାଯିବ ବୋଲି କାଭା ପକ୍ଷରୁ କୁହାଯାଇଛି। ଡିସେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ବାଂଲାଦେଶର ଢାକାଠାରେ କାଭାର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଶ୍ରୀ ସାମନ୍ତ କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ସଦସ୍ୟ ମନୋନୀତ ହେବା ପରେ ଭାରତୀୟ ଭଲିବଲ୍ ସଂଘର କର୍ମକର୍ତ୍ତାମାନେ ଖୁସି ବ୍ୟକ୍ତ କରିଛନ୍ତି। ନିଜ ପ୍ରତିକ୍ରୟାରେ ଶ୍ରୀ ସାମନ୍ତ କହିଲେ ମୁଁ ଚାହୁଁ ନଥିଲେ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ମୋର କାର୍ଯ୍ୟ ଓ କ୍ରୀଡ଼ା ପ୍ରତି ରହିଥିବା ଅବଦାନକୁ ବିଚାରକୁ ନେଇ କାଭା ମୋତେ ଏହାର ପ୍ରଶାସନିକ ବୋର୍ଡରେ ସଦସ୍ୟ ମନୋନୀତ କରିଛି। ଏଥି ନିମନ୍ତେ ଶ୍ରୀ ସାମନ୍ତ କାଭାର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post