ସମ୍ଭାବ୍ୟ ବାତ୍ୟା ଜୱlବକୁ ନେଇ ପ୍ରଶାସନର ଜରୁରୀ ବୈଠକ

0

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ସମ୍ଭାବ୍ୟ ବାତ୍ୟା ଜୱlବକୁ ନେଇ ଅସ୍ତରଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ସଭା ଗୃହରେ ବିଡ଼ିଓ ଡ଼ଃ ବେବିତା ମଞ୍ଜରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ଜରୁରୀ ବୈଠକରେ ତହସିଲଦାର ରାଜଲକ୍ଷ୍ମୀ ନାୟକ ,ଥାନା ଅଧିକାରୀ ବାମଦେବ ନନ୍ଦ,ଡାକ୍ତର ସଞ୍ଜୟ କୁମାର ପ୍ରଧାନ, ଅଗ୍ନିଶମ ବିଭାଗ ଅଧିକାରୀ ନାୟକ, ଯୋଗାଣ ଅଧିକାରିଣୀ ସସ୍ମିତା ସାହୁ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ତ୍ରିପାଠୀ,ସହକାରୀ ମସ୍ୟ ଅଧିକାରୀ ମୂରଲୀଧର ପରିଡା, କନିଷ୍ଠ ବୈଷୟିକ ମସ୍ୟ ସହକାରୀ ଗାୟତ୍ରୀ ପଢ଼ିଆରୀ, କୃଷି ଅଧିକାରୀ ନରେଶ କୁମାର ସାହୁ, ପଶୁ ଚିକିତ୍ସା ଅଧିକାରୀ ଏ. କେ.ଜେନା, ଗ୍ରାମ୍ୟ ପାନୀୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ସତ୍ୟ ଶଙ୍କର ମହାନ୍ତି,ଶିକ୍ଷା ବିଭାଗ ଅଧିକାରୀ ମମତା ମଞ୍ଜରୀ ଦେଇ ଓ ଯୁଗଳ କିଶୋର ବରାଳ ପ୍ରମୁଖ ଯୋଗ ଦେଇଥିଲେ।ସମ୍ଭାବ୍ୟ ବାତ୍ୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସଜାଗ ରଖିବା ପାଇଁ ସରପଞ୍ଚ ଓ ସମସ୍ତ ଲାଇନ ବିଭାଗ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଗର୍ଭବତୀ ମହିଳାମାନଙ୍କ ଦାୟିତ୍ୱରେ ଅଙ୍ଗନବାଡି କର୍ମୀ ନିୟୋଜିତ ରହିବା ସହିତ ବରିଷ୍ଠ ନାଗରିକଙ୍କ ଥଇଥାନ ଦାୟିତ୍ୱରେ ସରପଞ୍ଚ ଓ ଅନ୍ୟାନ୍ୟ ଅଧିକାରୀ ମାନେ ନିୟୋଜିତ ରହିବେ।ଯୋଗାଣ ବିଭାଗ ପକ୍ଷରୁ କିରୋସିନି, ଚୂଡ଼ା, ଗୂଡ଼,ବିସ୍କୁଟ, ମହମ ବତୀ, ଓ ଗୋ- ଖାଦ୍ୟମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାନିଟାଇଜର, ମାସ୍କ ମଧ୍ୟ ରଖିବାକୁ କୁହାଯାଇଛି। ଆବଶ୍ୟକୀୟ ଔଷଧ ରଖିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଛି। ଅଗ୍ନିଶ୍ରମ ବିଭାଗ,ଓଡ୍ରାଫ ଟିମ ମାନେ ବିଭିନ୍ନ ସ୍କୁଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ଶିଶୁଅ,କୋରଣା, ନୂଆଗଡ, ଝାଡ଼ାଲିଙ୍ଗ, ଛୁରୀଅନା ପଞ୍ଚାୟତ ଗୁଡିକ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇ ଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିବା ମାତ୍ରେ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ସହିତ ଓଡ୍ରାଫ ଓ ଅଗ୍ନିଶ୍ରମ ବିଭାଗକୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ। ଜିରୋ କାଜୁଆଲିଟି ପ୍ରତି ବିଶେଷ ଧ୍ୟାନ ଦିଆଯିବ।

Leave A Reply

Your email address will not be published.