ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର :ହାତୀ ଆକ୍ରମଣ ରେ ଜଣେ ୬୦ ବର୍ଷ ବୃଦ୍ଧ ଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାରକୋଟ ବ୍ଲକ ଅନ୍ତର୍ଗତ କାଲକାଠ ଗ୍ରାମର ଚେରୁ କିଷାନ। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗ୍ରାମର ଚେରୁ କିଷାନ ଓ ତାଙ୍କର ସ୍ତ୍ରୀ ଘରେ ଥିବାବେଳେ ବିଳମ୍ବିତ ରାତ୍ରୀରେ ଗୋଟିଏ ଦନ୍ତା ହାତୀ ଘର ବାଡଭାଙ୍ଗି ଘରକୁ ପଶିବା ପାଇଁ ଚେଷ୍ଟା କରିଥିଲା। ତେବେ ଚେରୁ ଓ ତାଙ୍କ ସ୍ତ୍ରୀ ଉଭୟ ବାହାରକୁ ପଳାଇ ଆସିଥିଲେ କିନ୍ତୁ ଚେରୁ ହାତୀ ହାବୁଡରେ ପଡି ଯାଇଥିଲେ, ହାତୀଟି ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ରେଞ୍ଜର ଦେବଦତ୍ତ ନନ୍ଦ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପ୍ରାଥମିକ ଭାବେ ଅନ୍ତେଷ୍ଟି କ୍ରିୟା ପାଇଁ ପରିବାର କୁ ୪୦ହଜାର ଟଙ୍କା ର ସହାୟତା ପ୍ରଦାନ କରିଥିଲେ। ଦେବଗଡ଼ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଙ୍କୁ ଶବ ହସ୍ତାନ୍ତର କରାଯିବ। ଗ୍ରାମବାସୀ ଙ୍କ ଠାରୁ ଶୁଣିବାକୁ ମିଳୁଛି ଯେ ୪୦ଗୋଟି ହାତୀପଲ ଆସି ପାଖ ଜଙ୍ଗଲରେ ଦୀର୍ଘଦିନ ହେବ ରହୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post