ମେଲଛାମୁଣ୍ଡା କଲେଜରେ ସ୍ବଚ୍ଛ ଗ୍ରାମ, ସବୁଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0

ପଦ୍ମପୁର(ଶାସକ ପ୍ରଶାସକ)-କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର ଅଧିନରେ କାର୍ଯ୍ୟରତ ନେହେରୁ ଯୁବ କେନ୍ଦ୍ର ବରଗଡ଼ ତରଫରୁ ମେଲଛାମୁଣ୍ଡା କଲେଜ ଜାତୀୟ ସେବା ସଂସ୍ଥା ଓ YRC ର ସହଯୋଗରେ ଏକ ସ୍ବଚ୍ଛ ଗ୍ରାମ, ସବୁଜ ଗ୍ରାମ ବିଷୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୂଖ୍ୟ ଅତିଥି ଭାବରେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ ବିହାରୀ ମିଶ୍ର, ସମ୍ମାନିତ ଅତିଥି ଭାବରେ NSS ପ୍ରୋଗ୍ରାମ ଅଫିସର ମୀନକେତନ ବିଶ୍ବାଳ ଓ YRC କାଉନସେଲାର ଭୁପତି କାଲୋ ଓ ସମାଜସେବୀ ପ୍ରକାଶ ଚନ୍ଦ୍ର ବେହେରା, ମୂଖ୍ୟ ପ୍ରଶିକ୍ଷକ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଓ ସାନ୍ତନୁ ପ୍ରଧାନ ଯୋଗ ଦେଇ ପ୍ରତିଯୋଗି ମାନଙ୍କୁ ଶିକ୍ଷା ଦେଇଥିଲେ ।

ଏହି ଶିବିରରେ ଜାତୀୟ ସେବା ସଂସ୍ଥା ଓ ରେଡକ୍ରସର ସଦସ୍ୟ, ବିଭିନ୍ନ ଯୁବକ ସଂଘ ଓ ମହିଳା ସମିତି ର ପ୍ରାୟ ଶହେ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ ।ବୃକ୍ଷ ରୋପଣ ଓ ସ୍ବଚ୍ଛତା ଉପରେ ଅତିଥି ମାନେ ବକ୍ତବ୍ଯ ରଖିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ବରଗଡ଼ ର ଯୁବ ଅଧିକାରୀ ରୋଶନ ଲଣ୍ଡନ ଓ ଉପଦେଷ୍ଟା କମିଟି ସଭ୍ୟ ତ୍ରିଲୋଚନ ଶତପଥୀ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସ୍ବେଚ୍ଛାସେବୀ ମୁନା ନାଯକ, ଚୁଡାମଣି ସାହୁ ଓ ଜଗଦୀଶ ସାହୁ ।ଶେଷରେ ଅଧ୍ୟାପକ ଭୁପତି କାଲୋ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.