ଦେବଗଡ ଜିଲ୍ଲାରେ ଆରମ୍ଭ ହେଲା ଆଇରାଡ୍ ପ୍ରକଳ୍ପ

0

ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର : ଗୁରୁବାର ଦେବଗଡ ଜିଲ୍ଲାରେ ଆରମ୍ଭ ହେଲା ଆଇରାଡ୍ (ସମନ୍ନ୍ୱିତ ସଡକ ଦୁର୍ଘଟଣା ଡାଟାବେସ୍- Integrated Road Accident Database) ପ୍ରକଳ୍ପ । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ସୂଚନାବିଜ୍ଞାନ କେନ୍ଦ୍ରରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ଦେବଗଡ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କୁର ମଲ୍ଲିକ, ଡେପୁଟି ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କେର୍କେଟା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ଯାୟ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଶାନ୍ତ ପରିଡା ତଥା ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ କ୍ଷୀରୋଦ କୁମାର ସାହୁ ଏବଂ ଆଇରାଡ୍ ପ୍ରକଳ୍ପର ଜିଲ୍ଲା ରୋଲଆଉଟ୍ ମ୍ୟାନେଜର ଶ୍ରୀ ସୁଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନେଟୱାର୍କ ଇଞ୍ଜିନିୟର ଶ୍ରୀ ବିଶ୍ଵରଞ୍ଜନ ବିଶ୍ଵଜିତ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।
ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, ସାରା ଦେଶର ସଡକ ଦୁର୍ଘଟଣା ସମ୍ବନ୍ଧୀୟ ତଥ୍ୟକୁ ଏକାଠି କରି ଏହାର ବିଶ୍ଳେଷଣ କରିବା, ନିର୍ଦ୍ଦିଷ୍ଟ ସୂଚନା ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନେଇ ଦୁର୍ଘଟଣାକୁ କମାଇବା ଏବଂ ସଡକ ସୁରକ୍ଷାକୁ ସୁଦୃଢ କରିବା ତଥା ନୂତନ ନୀତି ଏବଂ କୌଶଳକୁ ବ୍ୟବସ୍ଥିତ କରିବା ।
ଏହି ପ୍ରକଳ୍ପରେ ଜିଲ୍ଲା ପୋଲିସ, ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ପରିବହନ ବିଭାଗ ତଥା ଜିଲ୍ଲା ତଥା ଜାତୀୟ ରାଜପଥ ବିଭାଗର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

Leave A Reply

Your email address will not be published.