ସଡକ ଦୁର୍ଘଟଣାରେ ବାଇକ ଚାଳକ ସହ ଆରୋହୀ  ମୃତ।

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ଡିସେମ୍ବର ୮ ବିଳମ୍ବିତ ରାତ୍ରିରେ ସଡକ ଦୁର୍ଘଟଣା ଘଟି ଦୁଇ ମୃତ। ପ୍ରାପ୍ତ ସୂଚନା ଅନୁଯାୟୀ ଇଟାମୁଣ୍ଡିଆ ଗ୍ରାମର ଗୌତମ ମହାନ୍ତ ଓ ଅଜିତ ମହାନ୍ତ ହାତିକୋଟ ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେଇ  ରାତି ପ୍ରାୟ ୧୨ ଟା ସମୟରେ ବାଇକ ଚଳାଇ ଘରକୁ ଫେରୁଥିବା ସମୟରେ  ଦୁର୍ଘଟଣା ଘଟିଥିଲା। ରାସ୍ତା ଉପରେ ଗୁରୁତ୍ତ ଆହତ ଅବସ୍ଥାରେ ଦୁଇ ଜଣ ପଡି ରହିଥିବା ବେଳେ  ପଛରୁ ଅନ୍ୟ  ସାଙ୍ଗମାନେ ଆସି ପାଞ୍ଚିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ ଡକାଇ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦା ପିଆରଏମ ମେଡିକାଲ ଓ ହସ୍ପିଟାଲକୁ ପଠାଇ ଦେଇଥିଲେ। ତେବେ ମେଡିକାଲ ରେ ଡାକ୍ତର ଆହତମାନଙ୍କୁ ରିସିଭ ଡେଥ ବୋଲି ଘୋଷଣା କରିଥିଲେ। ଖବର ପାଇ ବାରିପଦା ସଦର ଥାନା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ନିମନ୍ତେ ପଠାଇଛି ।   ଏହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Leave A Reply

Your email address will not be published.