ବାରିପଦା(ଦିଲ୍ଲୀପ ମହାନ୍ତି) :ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକର କୁସୁମବନ୍ଧ ଗ୍ରାମରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଗାଈ ଏକା ଥରକେ ତିନୋଟି ଛୁଆ ଜନ୍ମ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟାଏ ମୁଣ୍ଡ ବିହୀନ ଛୁଆ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି। ସବୁଠୁଁ ବଡ଼ ଆଶ୍ଚର୍ଯ୍ୟର କଥା ମୁଣ୍ଡ ବିହୀନ ଛୁଆଟି ଜୀବିତ ଅବସ୍ଥାରେ ଜନ୍ମ ହୋଇଛି। ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭିଡ ଜମାଇ ଥିଲେ। ଛୁଆଟି ପ୍ରାୟ ଅଧ ଘଣ୍ଟାଏ ଜୀବିତ ରହିବା ପରେ ତାର ମୃତ୍ୟୁ ହୋଇଥିଲା। ସୂଚନା ମୁତାବକ ଆଜି ସକାଳେ ସାଲେଇ ଗିରିଙ୍କ ଗୁହାଳରେ ଗୋଟେ ଗାଈ ଏକା ଥରରେ ୩ ଟା ମାଈ ବାଛୁରୀ ଜନ୍ମ କରିଥିଲା। ତିନୋଟି ଜୀବିତ ଛୁଆ ମଧ୍ୟରୁ ଗୋଟେ ଛୁଆ କାନ ଦୁଇଟା ମଝିରେ ମୁଣ୍ଡ ନ ଥିବା ଜଣାପଡିଥିଲା। ଗୋଟେ ଗାଈ ତିନୋଟି ଛୁଆ ଜନ୍ମ କରିବା ଆଶ୍ଚର୍ଯ୍ୟ ଓ ବିରଳ ଘଟଣା ହୋଇଥିବା ବେଳେ ପୁଣି ମୁଣ୍ଡ ବିହୀନ ଛୁଆ ଜନ୍ମ ହେବା ଅନ୍ୟ ଏକ ଆଶ୍ଚର୍ଯ୍ୟ ଦୃଶ୍ୟ । ଯାହା କେବେ ଶୁଣିବାକୁ ମିଳେ ନାହିଁ ।
Sign in
Sign in
Recover your password.
A password will be e-mailed to you.
Prev Post