ବାରିପଦା ସାରଳା ସାହିତ୍ୟ ସଂସଦର ସାରସତ୍ୱ ଆସର : ୪ ସାରସ୍ୱତ ପ୍ରତିଭା ସମ୍ବର୍ଦ୍ଧିତ

0

ବାରିପଦା(ଅରବିନ୍ଦ ଦାସ)- ସାରଳା ସାହିତ୍ୟ ସଂସଦର ସାରସ୍ୱତ ପକ୍ଷରୁ ବାରିପଦା ପୌର ପରିଷଦ  ସମ୍ମିଳନୀ କକ୍ଷରେ ସାହିତ୍ୟ ଆସର, ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି | ସଂସଦର ପ୍ରତିଷ୍ଠାତା  ସଭାପତି ଇଂ ପ୍ରଭାକର ସ୍ୱାଇଁଙ୍କ ପୌରହିତ୍ୟରେ  ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ଦିପ କୁମାର ଚାନ୍ଦ ଯୋଗ ଦେଇ ଆଦି କବି ସାରଳା ଦାସ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଛାଡ଼ିଦେଇଯାଇଥିବା ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ |  ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ହରିଶ୍ଚନ୍ଦ୍ର ବେହେରା ଯୋଗ ଦେଇ ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତ ଭାରତୀୟ ଆଞ୍ଚଳିକ ଭାଷାରେ ପ୍ରଥମ ପୂର୍ଣ୍ଣାଙ୍ଗ ମହାଭାରତ ବୋଲି ମତପୋଷଣ କରିଥିଲେ ଏବଂ ବରେଣ୍ୟ ଅତିଥି ଭାବେ ସମାଜସେବୀ ସୁରେଶ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ସମାଜ ଗଠନରେ ସାରସ୍ୱତ ସ୍ରଷ୍ଟାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଆଦି ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ଗାଳ୍ପିକ ବିଜୟ କୁମାର ବାରିକ, ଗୀତିକାର ନିମାଇଁ ମହାନ୍ତି, କବି ଓ କଥାକାର ଭାଗବତ ପଣ୍ଡା, କଥା ଶିଳ୍ପୀ ଡ଼ଃ. କବିତା ବାରିକ ପ୍ରମୁଖଙ୍କୁ ସାରଳା ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସମ୍ବର୍ଦ୍ଧିତ ପ୍ରତିଭାମାନେ ସାରଳା ସାହିତ୍ୟ ସଂସଦର ଏହି ପ୍ରୟାସକୁ ପ୍ରଶଂସା କରିବା ସହ ଆଦିକବି ସାରଳା ଦାସଙ୍କ କୃତ୍ତି ବିଷୟ ଉପରେ ଆଲୋଚନା କରିଥିବା ସମୟରେ ସଭାପତି ଇଂ ଶ୍ରୀସ୍ୱାଇଁ ତାଙ୍କ ଭାଷଣରେ ସାରଳା ସାହିତ୍ୟ ସଂସଦ ଦୀର୍ଘ ବର୍ଷ ଧରି ଓଡ଼ିଆ ସାହିତ୍ୟ ଓ ସାରସ୍ୱତ ସାଧକମାନଙ୍କର ବିକାଶ ନିମନ୍ତେ ନିରବଚ୍ଛିନ୍ନ ପ୍ରୟାସ ଚଳାଇ ଆସୁଛି ଏବଂ ଆଦି କବି ସାରଳା ଦାସଙ୍କ ଓଡ଼ିଆ ସାହିତ୍ୟ ପ୍ରତି ରହିଥିବା ଅବଦାନ ଯୁଗଯୁଗ ଧରି ଅମର ରହିବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂସଦର କାର୍ଯ୍ୟକାରୀ କମିଟି ସଦସ୍ୟ ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ଓ କବି ଆଶିଷ କୁମାର ବସା ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.