୫୬ଟି କୀର୍ତ୍ତନ ମଣ୍ଡଳୀର ଗୁରୁଙ୍କ ଯୋଗଦାନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆସନ୍ତା କାର୍ତ୍ତିକ ମାସରେ ଶ୍ରୀ ଜଗନ୍ନାଥ ମନ୍ଦିର, ଗୁଣପୁର ପରିସରରେ ଆୟୋଜିତ ହେବାକୁ ଥିବା ପବିତ୍ର ୨୪ ପ୍ରହର ନାମଯଜ୍ଞ ମହୋତ୍ସବକୁ ସଫଳ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଆଜି ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣପୁର ଓ ଆଖପାଖ ଅଞ୍ଚଳର ପ୍ରାୟ ୫୬ଟି କୀର୍ତ୍ତନ ମଣ୍ଡଳୀର ଗୁରୁମାନେ ଯୋଗଦେଇଥିଲେ।
ଚଳିତ ବର୍ଷ ନଭେମ୍ବର ୧୮ ତାରିଖ, କାର୍ତ୍ତିକ ମାସ ଅଁଳା ନବମୀ ଦିନ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ରହିଛି। ଏହାପରେ ନଭେମ୍ବର ୧୯ ତାରିଖ ଦଶମୀ ତିଥିରୁ ନାମଯଜ୍ଞ ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ଦ୍ୱାଦଶୀ ସକାଳ ପର୍ଯ୍ୟନ୍ତ ଚାଲିବ। ସେହିଦିନ ନାମଯଜ୍ଞର ପୂର୍ଣ୍ଣାହୁତି ପରେ ନଗରୀ ପରିକ୍ରମା ଓ ଦଧିହାଣ୍ଡି ଭଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଆଜିର ଏହି ପ୍ରସ୍ତୁତି ବୈଠକରେ ମହୋତ୍ସବର ସୁପରିଚାଳନା, ବିଭିନ୍ନ କୀର୍ତ୍ତନ ମଣ୍ଡଳୀର ଅଂଶଗ୍ରହଣ ଏବଂ କୀର୍ତ୍ତନ ପରିବେଷଣର ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ସମସ୍ତ କୀର୍ତ୍ତନ ମଣ୍ଡଳୀର ସହଯୋଗ ଓ ସମନ୍ୱୟରେ ମହୋତ୍ସବକୁ ଭବ୍ୟ ରୂପରେ ଆୟୋଜନ କରିବା ନେଇ ମତ ପ୍ରକାଶ ପାଇଥିଲା।
ଏହି ବୈଠକରେ ଶ୍ରୀ ଜଗନ୍ନାଥ ମନ୍ଦିର କମିଟିର ସୂର୍ଯ୍ୟ ନାରାୟଣ ପଣ୍ଡା, ଅଦିତ୍ୟବାହିନୀର ରାଜ୍ୟ ଉପସଭାପତି ତ୍ରିପତି ମହାନ୍ତି, ତ୍ରିପତି ରଥ, ଭାଗିରଥି ବିଶୋଇ, ସମାଜସେବୀ ଉମା ଦାସ, ରଞ୍ଜିତ ପାଢ଼ୀ, ସନ୍ତୋଷ ପଣ୍ଡା, ତ୍ରିପତି ପଣ୍ଡା ଓ ନୁନୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ମନୋଜ ପାଢ଼ୀ ଓ ଚିନୁ ସାହୁ ମଧ୍ୟ ଉପସ୍ଥିତ ଥିଲେ।
କୀର୍ତ୍ତନ ମଣ୍ଡଳୀର ଗୁରୁମାନଙ୍କ ମଧ୍ୟରେ ସତ୍ୟ ନାରାୟଣ ପାଣିଗ୍ରାହୀ, ଯଜ୍ଞଦତ୍ତ ବେହେରା, ଶ୍ୟାମ ସୁନ୍ଦର ସାହୁ, ଦିବ୍ୟ ନିଶଙ୍କ, କେଶବ ଅଧିକାରୀ, ପ୍ରଶାନ୍ତ କୁମାର ପାତ୍ର, ଶିବାନନ୍ଦ ଗୌଡ଼, ବାବୁଲି ପଣ୍ଡା, ପଙ୍କଜ ବେହେରା ଓ ପେଣ୍ଟ କାଲକାଙ୍କ ସମେତ ବିଭିନ୍ନ କୀର୍ତ୍ତନ ମଣ୍ଡଳୀର ଗୁରୁମାନେ ଯୋଗଦେଇଥିଲେ। ଏଥିସହିତ ଶବର ସମାଜର ଯାତ୍ରା ଶବର ଓ ଶଙ୍କର ଶବର ଏବଂ ଗୁଡ଼ାରୀର ଦୟାଳୁ କାଡ୍ରାକା ମଧ୍ୟ ଉପସ୍ଥିତ ଥିଲେ।
ବୈଠକରେ ମହୋତ୍ସବର ସୁପରିଚାଳନା ଓ ବିଭିନ୍ନ କୀର୍ତ୍ତନ ମଣ୍ଡଳୀର କୀର୍ତ୍ତନ ପରିବେଷଣ ନିମନ୍ତେ ସମୟ ନିର୍ଘଣ୍ଟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା।