ବ୍ୟାସନଗରରେ ୧୮ଟି ମା ଶ୍ୟାମାକାଳୀଙ୍କ ପୂଜା ମଣ୍ଡପକୁ ମାଟି ଉଠାଣ

39

ଯାଜପୁର / ବ୍ୟାସନଗର:: ( ବିଶ୍ୱରଂଜନ ପଟ୍ଟନାୟକ)ଯାଜପୁର ଜିଲ୍ଲା ଐତିହାସିକ କଳା ସଂସ୍କୃତିର ମାଟି ବ୍ୟାସନଗରଠାରେ ଚଳିତବର୍ଷ ମହା ଆଡମ୍ବରରେ ଅନୁଷ୍ଠିତ ହେବ ମା’ଙ୍କକାଳୀ ପୂଜା । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ତଥା ବ୍ୟାସନଗର ସହରର ଗଣପର୍ବ ମା ଶ୍ୟାମାକାଳୀଙ୍କ ଉତ୍ସଵ l ପରମ୍ପରା ଅନୁଯାଇ କୁମାର ପୂର୍ଣ୍ଣିମା ଦିନରେ ମା ଶ୍ୟମାକାଳୀ ପୂଜା ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ବ୍ୟାସନଗର ସହରର ଚୋରଦା କାଳୀପୂଜା କମିଟି ପକ୍ଷରୁ ମାଟି ଉଠାଣ ପୂଜା ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଛି | ଏହି ଉପଲକ୍ଷେ କାଳୀ ମେଲଣ ପଡ଼ିଆ ରେ ଥିବା ହନୁମାନଙ୍କ ନିକଟରୁ ଵିଧି ମୁତାବକ ପୂଜା ପାଠ ହୋମ କରାଯାଇ ମାଟି ଉଠାଯାଇଛି । ଏହି ସମୟରେ ମୁଖ୍ୟ କର୍ତ୍ତା ଭାବେ ପ୍ରମୋଦ କୁମାର ରାଉତ, ପୂଜକ ଟୁକୁ ଉପାଧ୍ୟାଆ ଯୋଗ ଦେଇଥିବା ବେଳେ କାଳୀପୂଜା କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।,ସେହିପରି ସହରର ଦଳା ପୂଜା କମିଟି, ଷ୍ଟିଲ ସିଟି, ଆରିୟନକ୍ଲବ, ନହକା ଛକ, ଗୋପବନ୍ଧୁ ନଗର, ରାଧାନାଥ ମାର୍ଗ, ଷ୍ଟେସନ ବଜାର, ନିଉ ମାର୍କେଟ, ପନ୍ଥୀକା, ଧବଳଗିରି, ଚାନ୍ଦମା ଥାନାଛକ, ଷ୍ଟାଡିୟମ ରୋଡ, ଟିଟିଏସ ସତ୍ୟନଗର, କୋପଣ୍ଡ, ରେଳବାଇ ପ୍ରଭୁତି ୧୮ ଗୋଟି ପୂଜା ମଣ୍ଡପର ମାଟିଉଠାଣ କାର୍ଯ୍ୟ ବାଜା ବାଣ ରୋଷଣୀ କରି ବଡ଼ ଧୂମାଧମରେ ମଣ୍ଡପ ଗୁଡିକ ନିକଟରେ ପହଞ୍ଚିଥିଲେ | ଆସନ୍ତା ୮ ତାରିଖରେ ସହରରେ କାଳୀପୂଜା ଅନୁଷ୍ଠିତ ହେବାକୁ ଯାଇଛି ଏଥିପାଇଁ କମିଟି ଗୁଡିକ ପକ୍ଷରୁ ପ୍ରସ୍ତୁତି ଜୋରଦାର ଧରିଛି ବୋଲି ସମସ୍ତ କମିଟ୍ ପକ୍ଷରୁ କୁହାଯାଇଛି

Leave A Reply

Your email address will not be published.