ଜାମୁଦଣ୍ଡା ବାଣୀପିଠ ବିଦ୍ୟାଳୟରେ ପରିବେଶ ସଚେତନତା

0

ଜଗତସିଂହପୁର(ରମେଶ ମହାନ୍ତି)-ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଦଣ୍ଡା ଗ୍ରାମରେ ଅବସ୍ଥିତ ପଞ୍ଚାୟତ ବାଣୀପିଠ ବିଦ୍ୟାଳୟରେ ପରିବେଶ ସଚେତନତା ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଗଛାୟତ ଚାରାରୋପଣର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ।ଏଥିସହିତ ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜ ବାଡି ବଗିଚାରେ ଚାରା ରୋପଣ କରିବାକୁ ପରାମର୍ଶ ଦେଇଥିଲେ।ଉକ୍ତ ବିଦ୍ୟାଳୟ ପରିସରରେ ପଣସ,ବେଲ,ବଉଳ,ଦେବଦାରୁ,ଲିମ୍ବ ଆଦି ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ରୂପେଶ ରଞ୍ଜନ ରାଉତ,ଶିକ୍ଷୟତ୍ରୀ ପ୍ରଫୁଲି ବିଶ୍ୱାଳ,ତିଳୋତ୍ତମା ବେହୁରା ଓ ସାଗରିକା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.