ବାରିପଦା(ଅରବିନ୍ଦ ଦାସ)- ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ତତ୍ୱାବଧାନରେ ୨୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ଏକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ସାହୁ, ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଅଜିତ କୁମାର ଜେନା, ଜିଲ୍ଲା ବିଜ୍ଞାନ ଏକାଡେ଼ମୀର ସଂଯୋଜକ ବସନ୍ତ କୁମାର ଦତ୍ତ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ଅବସରପ୍ରାପ୍ତ ବିଇଓ ସୁଦର୍ଶନ ପଣ୍ଡା, ପୂର୍ବତନ ବିଜ୍ଞାନ ନିରୀକ୍ଷକ ନଳିନୀ କାନ୍ତ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୨୧୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅଂଶ ଗ୍ରହଣ କରି ‘ ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ରାଷ୍ଟ୍ର ଗଠନ ନିମନ୍ତେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଓ ନବ ଅନ୍ୱେଷଣ’ ବିଷୟ ଉପରେ ଆଧାରିତ ପ୍ରକଳ୍ପ ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ସେହିପରି ବିଭିନ୍ନ ବିଦ୍ୟାଳୟଗୁଡ଼ିକରୁ ରାଜ୍ୟ ତଥା ଜାତୀୟ ସ୍ତରକୁ ମନୋନୀତ ହୋଇଥିବା ପ୍ରକଳ୍ପ ପ୍ରସ୍ତୁତିକାରୀ ଶିକ୍ଷକ, ଶିକ୍ଷୟତ୍ରୀମାନେ ସେମାନଙ୍କ ମତ ଉପସ୍ଥାପନ କରାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post