ହୋଲିରେ ଅଘଟଣ : ରାସ୍ତାକଡରେ ଥିବା ଗଛରେ ବାଇକକୁ ପିଟି ଜୀବନ ହରାଇଲେ ୨ଜଣ

0

ଭବାନୀପାଟଣା( ଶାସକ ପ୍ରଶାସକ ) ହୋଲିରେ ଅଘଟଣ ଘଟିଛି ଭାରଶାମ୍ୟ ହରାଇ ରାସ୍ତାକଡରେ ଥିବା ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି | ଜଣ ଯୁବକ ଓ ଅନ୍ୟ ଜଣେ ନାବାଳକ ମୃତ ୨ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତଗର୍ତ ପଲମ ଫାଣ୍ଡି ଅଧୀନ ଆଲିମ ଗ୍ରାମର ଦୁଇଜଣ ବ୍ୟକ୍ତି ଦେବରାଜ ଭୋଇ (୨୨)ଓ ଅଭୟ ଦୋରା (୧୫) ମିଳିଥିବା ସୂଚନା ଅନୁସାରେ ଦେବରାଜ ଓ ଅଭୟ ଏକ ବାଇକ (ଓଡିଓ ୩ ୱାଇ ୮୪୯୫)ରେ କୌଣସି କାମରେ ପଲମ ଯାଇ ଘରକୁ ଫେରୁଥିବା ବେଳେ ଘରଠୁ କିଛି ଦୂରରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଏକ ଗଛରେ ପିଟି ହେବାରୁ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |
ତେବେ ଘଟଣା ସମ୍ପର୍କରେ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟନାୟକ ଖରବ ପାଇ ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳେରେ ପହଞ୍ଚିବା ସହିତ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ଆମ୍ବୁଲାନ୍ସ ଆସିବା ପରେ ସେଠାରେ ଡାକ୍ତର ଉଭୟଙ୍କୁ ମୃତୁ ଘୋଷଣା କରିଥିଲେ |
ତେବେ ଖବର ଲେଖା ହେଲା ବେଳକୁ ଶବ ବ୍ୟବଛେଦ ହୋଇନଥିବା ଜଣାପଡିଛି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବବୋଲି ଫାଣ୍ଡି ଅଧିକାରୀ ଶ୍ରୀ ପଟନାୟକ ସୂଚନା ପ୍ରଦାନ କରିଛନ୍ତି ତେବେ ହୋଲି ପର୍ବରେ ସାରା ଅଞ୍ଚଳରେ ଖୁସିର ମୋହଲ ଥିଲାବେଳେ ଅଲିମ ଗ୍ରାମରେ ଉକ୍ତ ଘାଟଣକୁ ନେଇ ଶୋକର ଛାୟା ଖେଳିଯାଇଛି |

Leave A Reply

Your email address will not be published.