ବୋଡାସମ୍ବର କପ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

30

-ଜାନୁଆରୀ ୯ରୁ ଆରମ୍ଭ ସର୍ବଭାରତୀୟ ବୋଡ଼ାସମ୍ବର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

-ଚାମ୍ପିୟନ୍ ଦଳକୁ ୧ ଲକ୍ଷ, ଉପବିଜେତାକୁ ୬୦ ହଜାର ଟଙ୍କା

ପଦ୍ମପୁର: ସ୍ଥାନୀୟ ବୋଡସମ୍ବର୍ ସ୍ପୋଟିଂ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ସହରର ଆର୍‌.ବି. ହାଇସ୍କୁଲ ପଡ଼ିଆରେ ଆସନ୍ତା ୯ ଜାନୁଆରୀରୁ ୧୭ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ସର୍ବଭାରତୀୟ ବୋଡ଼ାସମ୍ବର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ।

ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକ ୩୫ ଓଭର ବିଶିଷ୍ଟ ହେବାକୁ ଥିବାବେଳେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ୪୦ ଓଭର ବିଶିଷ୍ଟ ହେବ। ଚାମ୍ପିୟନ୍ ଦଳକୁ ନଗଦ ୧ ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବାକୁ ଥିବାବେଳେ ଉପବିଜେତା ଦଳକୁ ୬୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ସେହିପରି ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ଙ୍କୁ ୧ ହଜାର ଟଙ୍କା ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍‌ଙ୍କୁ ୩ ହଜାର ଟଙ୍କା ପ୍ରଦାନ କରାଯିବ।

ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ଓ ସୁପରିଚାଳନା ପାଇଁ ଆୟୋଜକ କମିଟି ଗଠନ କରାଯାଇଛି। କମିଟିର ସଭାପତି ଭାବେ ସୁନୀଲ କୁମାର ସାହୁ, ଉପସଭାପତି ଭାବେ ଚିନ୍ମୟ ପାଣିଗ୍ରାହୀ, ସମ୍ପାଦକ ଭାବେ ଅବଦୁଲ ଅଲ୍ଲୀ ରେହମାନ ଖାନ୍, ସହସମ୍ପାଦକ ଭାବେ ସରଜୁ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ଦାସ ଏବଂ ସହକୋଷାଧ୍ୟକ୍ଷ ଭାବେ ଉଜ୍ଜ୍ୱଳ ଅଗ୍ରୱାଲ ଦାୟିତ୍ୱ ତୁଲାଇବେ।

ଏହି ସର୍ବଭାରତୀୟ କ୍ରିକେଟ୍ ପ୍ରତିଯୋଗିତା ମାଧ୍ୟମରେ ପଦ୍ମପୁରର କ୍ରୀଡ଼ା ଜଗତକୁ ନୂତନ ପରିଚୟ ମିଳିବା ସହ ଅଞ୍ଚଳର କ୍ରିକେଟ୍ ପ୍ରେମୀମାନେ ଉଚ୍ଚକୋଟୀର ଖେଳ ଉପଭୋଗ କରିବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.