ଝାରବନ୍ଧ ରେ ଗିରିଗୋବର୍ଦ୍ଧନ ପୂଜା ଆରମ୍ଭ 

21


 
 ଝାରବନ୍ଧ:  ଝାରବନ୍ଧ ବ୍ଲକ ଯାଦବ ସମାଜ ତରଫରୁ ଚଳିତ ବର୍ଷ ଗିରିଗୋବର୍ଦ୍ଧନ ପୂଜା ଆରମ୍ଭ ହୋଇଯାଇଛି l ଅଧିବାସ ଅବସରରେ ସନ୍ଧ୍ୟାରେ ଯାଦବ ସମାଜ ର ମହିଳା ଓ ପୁରୁଷ ସ୍ଥାନୀୟ ପୂଜା ମଣ୍ଡପରୁ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିବା ପରେ ଶିବ ମନ୍ଦିର ପୋଖରୀରେ ପହଞ୍ଚି ଥିଲେ l ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚନା କରିବା ପରେ ଜଳପୂର୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l ଚଳିତ ବର୍ଷ ପୂଜାକର୍ତ୍ତା ଭାବରେ ହୃଷିକେଶ ପୋଢ଼ ଓ ତାଙ୍କର ଧର୍ମପତ୍ନୀ ସୁଧାମୟୀ ପୋଢ଼ ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଝସକେତନ ନନ୍ଦ ଓ ଡିଗ୍ରୀଧର ଦେବତା ରହିଛନ୍ତି l ଏହି ଅବସରରେ ମିନାବଜାର, ଲୋକନୃତ୍ୟ ଅର୍କ୍ରେଷ୍ଟା, ଦଣ୍ଡନୃତ୍ୟ, ବାଡ଼ିଖେଳ, ଗୋଭୋଜନ ରହିଥିବା କମିଟି ସୂତ୍ରରୁ ପ୍ରକାଶ l ଆଜି ଠାକୁରଙ୍କ ଠାରେ ଛପନ ଭୋଗ ଅର୍ପଣ କରାଯାଇଛି l କମିଟିର ସଭାପତି ଗୁଣମଣୀ ବନଛୋର,ସମ୍ପାଦକ ଉମେଶ ବନଛୋର,ମହନ ବନଛୋର, ବ୍ଲକ ଯାଦବ ସମାଜ ସଭାପତି ଧ୍ରୁବଚରଣ ହାତୀ, ମୀନ ବାଗ, ଅମୃତଲାଲ ବନଛୋର, ମୋହନ ବନଛୋର ପ୍ରମୁଖ ସହଯୋଗ କରୁଛନ୍ତି l

Leave A Reply

Your email address will not be published.