ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ଗିରି ଗୋବର୍ଦ୍ଧନ ପୂଜା କେବଳ ଏକ ଧାର୍ମିକ ଅନୁଷ୍ଠାନ ବା ପୂଜା ଉତ୍ସବ ନୁହେଁ, ବରଂ ଏହା ମାନବ ଏବଂ ପ୍ରକୃତି ମଧ୍ୟରେ ଏକ ସନ୍ତୁଳନ ଓ ସୈ।ହାର୍ଦ୍ଧ ର ବାର୍ତ୍ତା ଵହନ କରିଥାଏ।
କାର୍ତ୍ତିକ ଶୁକ୍ଳ ପ୍ରତିପଦା ତଥା ନଭେମ୍ବର ମାସ ୧୦ ତାରିଖ ୨୦୨୬ ମଙ୍ଗଳବାର ଦିନ ବିଶ୍ଵଵିଦିତ କିର୍ତ୍ତିମାନ ଶ୍ରୀକୃଷ୍ଣ ଚୈତନ୍ୟ ମିଶନ୍ ର ପ୍ରତିଷ୍ଠାତା ଆଚାର୍ଯ୍ୟ ଓ ଅଧ୍ୟକ୍ଷ ନିତ୍ନଲିଳା ପ୍ରବିଷ୍ଟ ଗୈ।ରକୃପା ଶ୍ରୀମୂର୍ତ୍ତୀ ଓଁ ବିଷ୍ଣୁପାଦ ୧୦୮ ଶ୍ରୀ ଶ୍ରୀମଦ୍ ଭକ୍ତି ବୈଭବ ପୁରୀ ଗୋସ୍ଵାମୀ ମହାରାଜ ଙ୍କ କୃପାଶ୍ରୀବାଦରୁ ମିଶନ୍ ର ଅଧୁନାତନ ଆଚାର୍ଯ୍ୟ ଦ୍ଵୟ,ତ୍ରିଦଣ୍ଡି ସ୍ଵାମୀ ଶ୍ରୀ ଶ୍ରୀମଦ୍ ଭକ୍ତି ସୈ।ଧ କେଶବ ଗୋସ୍ୱାମୀ ମହାରାଜ ଓ ତ୍ରିଦଣ୍ଡି ସ୍ଵାମୀ ଶ୍ରୀ ଶ୍ରୀମଦ୍ ଭକ୍ତି ବିଚାର ବିଷ୍ଣୁ ଗୋସ୍ଵାମୀ ମହାରାଜ ଙ୍କ ଆନୁଗତ୍ୟେ ତଥା ମିଶନ୍ ର ଅନ୍ୟାନ୍ୟ ବରିଷ୍ଠ ସନ୍ୟାସୀ ବୃନ୍ଦ ଓ ବ୍ରହ୍ମଚାରୀ ଙ୍କ ଶୁଭ ଉପସ୍ଥିତ ଓ ସହଯୋଗ ରେ ଗଞ୍ଜାମ ଜିଲ୍ଲାର ଐତିହାସିକ ଗ୍ରାମ କୁଲାଡ ଗ୍ରାମର କୁଲାଡ ଶାଖା ଶ୍ରୀଶ୍ରୀ ରାଧା ଗିରିଧାରୀ ଆଶ୍ରମ ରେ ଶ୍ରୀଶ୍ରୀ ଗୋବର୍ଦ୍ଧନ ନାଥ ଜୀଉଁ ଙ୍କ ଅନ୍ନକୂଟ୍ଟ ମହୋତ୍ସବ ଭବ୍ୟ ଆକର୍ଷଣୀୟ ଓ ମହାଆଡମ୍ବରରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମ ରେ ବିଶାଳ ନଗରସଙ୍କିର୍ତନ ସହିତ ଶ୍ରୀଶ୍ରୀ ଗୋବର୍ଦ୍ଧନ ନାଥଙ୍କ ଗୁଣାବଳୀ ପ୍ରବଚନ କିର୍ତ୍ତନ , ପରେ ପରେ ବିଭିନ୍ନ ଖାଦ୍ୟ ବ୍ୟଞ୍ଜନ ଦ୍ଵାରା ତିଆରି ହୋଇଥିବା ଭବ୍ୟ ଅନକୂଟ କାର୍ଯ୍ୟକ୍ରମ ରେ ୭ ଶହରୁ ଉର୍ଦ୍ଧ୍ବ ଭିନ୍ନ ଭିନ୍ନ ପ୍ରକାରର ଦିବ୍ୟ ବ୍ୟଞ୍ଜନରେ ଅନ୍ନକୂଟ୍ଟ ତିଆରି ହୋଇଥିଲା। ଓ ପାଖରେ ବିରାଜମାନ କରିଥିଲା ପ୍ରଭୁ ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ଧାରଣ କରିଥିବା ସୁନ୍ଦର ଦିବ୍ୟ ପ୍ରତିମୂର୍ତ୍ତି। ସେହି ଅନ୍ନକୂଟ୍ଟ କୁ ସମସ୍ତ ଭକ୍ତ ଜନସାଧାରଣ ଙ୍କ ଉପସ୍ଥିତି ରେ ୧୦୮ ଭଵ୍ୟ ଆଳତୀ ହୋଇଥିଲା। ଏବଂ ପରେ ପରେ ୧୦ ହଜାର ରୁ ଉର୍ଦ୍ଧ ଭକ୍ତ ମାନଙ୍କ ଦ୍ଵାରା ଅର୍ନ ପ୍ରସାଦ ସେବନ ହୋଇଥିଲା ଏଥିରେ ଶୁଦ୍ଧ ଭକ୍ତ କୃପାଲେଶ ପ୍ରାଥୀ ତ୍ରିଦଣ୍ଡି ଭିକ୍ଷୁ ଭକ୍ତି ଶରଣ ପରମାର୍ଥୀ ମହାରାଜ ଓ ଆଶ୍ରମର ଅନେକ ସେବକ ବୃନ୍ଦ ମଧ୍ୟ ଉପସ୍ଥିତ ରହି ଦିବ୍ୟ ଭବ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
ସଂକ୍ଷେପରେ କହିବାକୁ ଗଲେ, ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ଏହା ମାନବ ଏବଂ ପ୍ରକୃତି ମଧ୍ୟରେ ଏକ ସନ୍ତୁଳନ ଓ ହୈ।ହାର୍ଦ୍ଦିକ ବାର୍ତ୍ତା ବହନ କରିଥାଏ।