ଭୁବନେଶ୍ୱର: କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । କେତେବେଳେ ସ୍ୱାସ୍ଥ୍ୟ ଶିବିର କରୁଛି, କେତେବେଳେ କଲ୍ୟାଣମୂଳକ ଯୋଜନାରେ ଚାଉଳ, ଭତ୍ତା ବାଂଟୁଛି , ଆଉ କେତେବେଳେ ବିଦ୍ୟୁତ ପ୍ରକଳ୍ପ କରି କୋଟିଆବାସୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଉଦ୍ୟମ ଅବ୍ୟାହତ ରଖିଛି । କିନ୍ତୁ ବିଡ଼ମ୍ବନା ହେଉଛି କୋଟିଆ ଓଡ଼ିଶାର ଅଞ୍ଚଳ ହୋଇଥିବା ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ ସେଠାରେ ଅଯଥାରେ ଅନୁପ୍ରବେଶ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କଲାବେଳେ ପଟାଙ୍ଗୀ ବ୍ଲକ ପ୍ରଶାସନ, କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ସର୍ବୋପରି ଓଡ଼ିଶା ସରକାର ଆନ୍ଧ୍ର କର୍ମଚାରୀମାନଙ୍କର ଅନୁପ୍ରବେଶ ରୋକିବାରେ ବିଫଳ ହୋଇଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଛି ।
ପାର୍ଟିର ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ ଆନ୍ଧ୍ର ବିଦ୍ୟୁତ ବିଭାଗର ଏହି ଅନୁପ୍ରବେଶକୁ ନିନ୍ଦା କରିବା ସଙ୍ଗେ ସଙ୍ଗେ କୋଟିଆ ଅଞ୍ଚଳର ତଳସେମି ଓ ଉପର ସେମି ଗ୍ରାମରୁ ଆନ୍ଧ୍ର ଲଗାଇଥିବା ମିଟରକୁ ଓଡ଼ିଶା ସରକାର ଖୋଲିଦେବାକୁ ଦାବି କରିଛନ୍ତି । ଏହାବ୍ୟତୀତ ଆଗାମୀ ଦିନରେ ଆନ୍ଧ୍ର ସରକାରୀ କର୍ମଚାରୀମାନଙ୍କର ଏହି ଅନଧିକାର ଅନୁପ୍ରବେଶ କିଭଳି ବନ୍ଦ ହେବ, ସେ ଦିଗରେ ଦୁଇ ରାଜ୍ୟର ମୁଖ୍ୟ ସଚିବସ୍ତରୀୟ ବୈଠକ ଡାକି ଆଲୋଚନା ଜରିଆରେ ଏହି ବିବାଦର ଶାନ୍ତିପୂର୍ଣ୍ଣ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଓଡ଼ିଶାର ସୀମା ସୁରକ୍ଷା ଉପରେ ବଳିଷ୍ଠ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.