ଉମରକୋଟ(ଜିତେନ୍ଦ୍ର ମହାନ୍ତି )-ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଥିବା ସମସ୍ତା ଫାଇନାନ୍ସ ନାମକ ବେସରକାରୀ ସଂସ୍ଥା ରେ ଟଙ୍କା ଋଣ ଆଣିବାକୁ ଯାଇ ଥିବା ବେଳେ ସେଠାରେ ଥିବା ୧୧ କେଭି ତାର ସଂସ୍ପର୍ଶ ରେ ଆସି ମାମୁ ମୁର୍ତ୍ୟୁ ବରଣ କରିଥିବା ବେଳେ ଭାଣଜି ଙ୍କୁ ଗୁରୁତ୍ୱର ହୋଇଛନ୍ତି lସୂଚନା ଅନୁଯାୟୀ ଉମରକୋଟ ବ୍ଲକ ସୁକିଗାଁ ର ମହାଦେବ ରାୟ,(୨୭) ତାଙ୍କ ଭାଣଜି ତାନିଆ (୭)ଓ ମହାଦେବ ଙ୍କ ମା ଋଣ ଟଙ୍କା ଆଣିବା ପାଇଁ ସମସ୍ତା ଫାଇନାନ୍ସ ନାମକ ବେସରକାରୀ ସଂସ୍ଥା ରେ ଟଙ୍କା ଋଣ ଆଣିବାକୁ ଯାଇଥିଲେ l ମହାଦେବ ଙ୍କ ଭାଣଜି ସେଠାରୁ ବାହାରେ ଖେଳିବା ସମୟରେ ସେଠାରୁ ଛାତ ଉପରୁ ଯାଇଥିବା ୧୧କେଭି ତାର ସଂସ୍ପର୍ଶ ଆସି ଯାଇଥିଲେ ଏହା ପରେ ମାମୁ ଦେଖିବା ପରେ ଭାଣଜି କୁ ବଞ୍ଚେଇବାକୁ ଯାଇ ମହାଦେବ ମଧ୍ୟ ବିଦ୍ୟୁତ ସଂସ୍ପର୍ଶ ଆସିଯାଇ ସେଠାରେ ମୁର୍ତ୍ୟୁ ବରଣ କରିଥିବା ବେଳେ ଭାଣଜି ଗୁରୁତର ହୋଇଛନ୍ତି l ମୃତ ମାମୁ ମହାଦେବ ଓ ଭାଣଜି ଙ୍କୁ ତୁରନ୍ତ ଉମରକୋଟ ମେଡିକାଲ କୁ ନିଆଯାଇଥିଲା ଡାକ୍ତର ମହାଦେବ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଭାଣଜି ର ଚିକିତ୍ସା ଜାରି ରହିଛି l ଏନେଇ ମହାଦେବ ଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମେଡିକାଲ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post