ବାଲେଶ୍ବର:: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ନାରାୟଣପୁର ଉଚ୍ଚ ବିଦ୍ୟାଳୟରେ ପଢୁଥିବା ନବମ ଶ୍ରେଣୀର ଛାତ୍ର ରାକେଶ(୧୫) କୁଲ୍ଲାରୀଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି। ନାବାଳକଙ୍କ ଘର ଅଳଁଡିହା ଗ୍ରାମର ବୋଲି ଜଣାପଡିଛି। ବାପାଙ୍କ ନାମ ଶକ୍ତିପଦ କୁଲ୍ଲାରୀ ସୁଚନା ଅନୁସାରେ ପ୍ରତ୍ୟେକ ଦିନ ସକାଳୁ ଛଅଟାରେ ବିଦ୍ୟାଳୟ ପାଖରେ ଥିବା କୋଚିଙ୍ଗ ସେଣ୍ଟରକୁ ପାଠ ପଢିବା ଆସି ୮.୩୦ ରେ ଘରକୁ ଫେରନ୍ତି ରାକେଶ, ମାତ୍ର ଶୁକ୍ରବାର ଫେରିବାର ବିଳମ୍ବ ହେବା ଦେଖି ବାପା କୋଚିଙ୍ଗ ସେଣ୍ଟରରୁ ସିଧା ସ୍କୁଲକୁ ଯିବା ସନ୍ଦେହ କରି ପ୍ରଧାନ ଶିକ୍ଷକଙ୍କୁ ଫୋନ୍ କରିଥିଲେ। ସେହି ସମୟରେ ବିଦ୍ୟାଳୟରେ ପ୍ରାର୍ଥନା ହେଉଥିଲା। ତେଣୁ ପ୍ରାର୍ଥନା ସଭାରେ ରାକେଶ ନଥିବା କଥା ଶିକ୍ଷକ ବାପାଙ୍କୁ ଜଣାଇଥିଲେ । ବାପା ମଧ୍ୟ ସେଠାରେ ପହଞ୍ଚିଥିଲେ । ରାକେଶର ସାଇକେଲଟି କୋଚିଙ୍ଗ ସେଣ୍ଟରେ ଛିଡ଼ା ହୋଇଥିବା ଦେଖି ବାପାଙ୍କୁ ସନ୍ଦେହ ହୋଇଥିଲା। ବାପା ଏବଂ ଶିକ୍ଷକ ମାନେ ଆଖ ପାଖ ରେ ଖୋଜା ଖୋଜି କରିବା ପରେ ସ୍କୁଲ ହୋତା ଭିତରେ ଥିବା ପଛପଟେ ଏକ ଗଛରେ ତାଙ୍କ ଝୁଳନ୍ତା ମୃତ ଦେହ ମିଳିଥିଲା। ସଙ୍ଗେ ସଙ୍ଗେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ନାବାଳକ ଜଣକ କାହିଁକି ଏଚରମ ନିଷ୍ପତ୍ତି ନେଇଛନ୍ତି ତାହା ଅସ୍ପଷ୍ଟ ରହିଛି। ବାଲିଆପାଳ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି। କୋଚିଙ୍ଗ ସେଣ୍ଟରେ ୮.୩୦ ରେ ଛୁଟି ହୋଇଥିଲା,ସ୍କୁଲର ଗେଟ ୯.୩୦ ରେ ଖୋଳାଯାଇଥିଲା ରାକେଶ ତା ପୂର୍ବରୁ ଉକ୍ତ ପରିତ୍ୟକ୍ତ ସ୍ଥାନକୁ କେତେ ବେଳେ ଯାଇଥିଲେ, କେମିତି ଯାଇଥିଲେ , କାହିଁକି ଯାଇଥିଲେ ଏସବୁ ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।