ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ରାଜ ବୋଡାସମ୍ବର ହାଇସ୍କୁଲ ଠାରେ ନାଟ୍ୟସଂସଦ “ଅବର୍ଣିର୍ଗୁଣା” ଆନୁକୂଲ୍ୟରେ ତ୍ରିଦିବସୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାବିତ୍ ଡଃ ବାଞ୍ଛାନିଧି ପଣ୍ତା, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପିକା ଉମା ପଧାନ ଓ ଜୟନାରାୟଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଭାପତି ଚିନ୍ମୟ କୁମାର ପଣ୍ଡା, ସମ୍ପାଦକ ଅଶୋକ କୁମାର ବହିଦାର ଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ।

ମହୋତ୍ସବରେ ବିଭିନ୍ନ ନାଟ୍ୟଦଳ ପକ୍ଷରୁ ନାଟକ “ଆଦମଖୋର” ଓ “ଉଧାରି ଘର ” ମଞ୍ଚସ୍ଥ ହୋଇଥିବା ବେଳେ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଉଦଘାଟନୀ ଉତ୍ସବରେ ଅତିଥିମାନେ ନାଟକର ସାମାଜିକ ଗୁରୁତ୍ୱ ଓ ନାଟ୍ୟକଳାର ପ୍ରଚାର ପ୍ରସାର ଉପରେ ମତବ୍ୟକ୍ତ କରିଥିଲେ। ନାଟ୍ୟପ୍ରେମୀଙ୍କ ଉପସ୍ଥିତିରେ ମହୋତ୍ସବର ପରିସମାପ୍ତି ଘଟିଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ରାଜେନ୍ଦ୍ର କୁମାର ମହାନ୍ତି ପରିଚାଲନା କରିଥିଲେ।