“ଓଡ଼ିଶାର ଝିଅ”ଙ୍କୁ ଦଳମତ ନିର୍ବିଶେଷରେ ସମର୍ଥନ କରନ୍ତୁ ରାଜ୍ୟ ବିଧାନ ସଭାର ସମସ୍ତ ବିଧାୟକ
ଭୁବନେଶ୍ୱର : ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଦଳମତ ନିର୍ବିଶେଷରେ ସମର୍ଥନ ଜଣାଇବା ପାଇଁ ଓଡିଶା ବିଧାନସଭାର ସମସ୍ତ ସଭ୍ୟଙ୍କୁ ଆହ୍ୱାନ ଜଣାଇଛନ୍ତି ବିଦେଶ ଗସ୍ତରେ ଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ଆଜି ନିଜ ଟୁଇଟର ହାଣ୍ଡଲ ରେ ଉଲ୍ଲେଖ କରିଛନ୍ତି ” ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ଆସୀନ କରାଇବା ପାଇଁ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟ ଦଳମତ ନିର୍ବିଶେଷରେ ସମର୍ଥନ ପ୍ରଦାନ କରନ୍ତୁ”