ଟିଟିଲାଗଡ(ରଶ୍ମିରେଖା ମହାପାତ୍ର ): ନିକଟ ଅତୀତରେ କଂଟାବାଞ୍ଜି ସହରରେ ଉଠାଦୋକାନୀ ମାନଙ୍କୁ ଜବରଦଖଳ ଉଚ୍ଚେଦ ସମୟରେ ରାସ୍ତାକଡରୁ ହଟାଇ ଦିଆଯାଇଥିଲା ।ପରେ ସେମାନଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ଅନୁଦାନ ଦେଇଥିବା ବେଳେ କଂଟାବାଞ୍ଜି ଏନ.ଏ.ସି. ପ୍ରଶାସନ ତରଫରୁ ଡାକ୍ତରଖାନା ନିକଟରେ ୨୬ ଗୋଟି ଦୋକାନ ଗ୍ରୁହ ନିର୍ମାଣ କରାଯାଉଛି । ହେଲେ ଦୋକନାଗ୍ରୂହ ନିର୍ମାଣ ରେ ବ୍ୟାପକ ଦୁର୍ନିତି ହେଉଥିବା ସ୍ଥାନିୟ ବିଜେଡି ଅଭିଯୋଗ କରିଛି । ବିଜେଡି ନେତା ଅଜୟ ଦାଶଙ୍କ ନେତ୍ରୁତ୍ୱରେ କଂଟାବାଞ୍ଜି ଏନ.ଏ.ସି ର ବିଜେଡି କାଉନସିଲର ସମେତ ଦଲୀୟ ନେତା,କର୍ମି ଆଜି ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ନାରାବାଜି କରିବା ସହ ଦୁର୍ନିତିର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି । ବିଜେଡିର ଅଭିଯୋଗ ଅନୁଯାୟି ପ୍ରତି ଦୋକନା ଘର ପାଇଁ ୯୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ରାଶି ଅନୁଦାନ ହୋଇଥିବା ବେଳେ ଦୋକନା ଗ୍ରୁହ ନିର୍ମାଣରେ ମାତ୍ର ୨୫ ହଜାର ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଅତି ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଛି । ଏହାର ଉପଯୁକ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମି ଦିନରେ ବିଜେଡି ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଳି ବିଜେଡି ନେତା ଅଜୟ ଦାଶ ଚେତାବନି ଦେଇଛନ୍ତି । ଏନେଇ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନଙ୍କ ଅନୁପସ୍ଥିତିରେ ଏକ ଦାବୀ ପତ୍ର ଟିଟିଲାଗଡ ସହାୟକ ଜିଲ୍ଲାପାଳ ଲଲିତ ବାଗଙ୍କୁ ପ୍ରଦାନ କରିଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଜୁଅଁର,ଯାଗ୍ୟସିନି ନାଗ,ପିଙ୍କି ଖରସେଲ,ସସ୍ମିତା ଦଣ୍ଡସେନା,ସୁଭାସ ନାଗ,ଶାନ୍ତନୁ ବିଭାହର, ସଞ୍ଜୟ ବେହେରା, ଉଗ୍ରସେନ ପୁଟେଲ,ଦେବାନନ୍ଦ ବାରିକ,ଅଶୋକ କୁଅଁର,ଡମ୍ବରୁ ମେହେର,ପ୍ରମୁଖ ସମେତ ଶତାଧିକ କର୍ମି ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.